Advertisment

ନନ୍ଦନକାନନରେ ‘ରାତି ବୁଲା’ କାର୍ଯ୍ୟକ୍ରମ

ସଂଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏ ନନ୍ଦନକାନରେ ବୁଲିବାକୁ ମିଳିବ ଅନୁମତି।

author-image
Hemant Lenka
zoo

zoo

ଆଜି ଠାରୁ ନନ୍ଦନକାନନରେ ଆରମ୍ଭ ହୋଇଛି ‘ନାଇଟ୍‌ ଆଉଟ ଆଟ୍‌ ଜୁ’ କାର୍ଯ୍ୟକ୍ରମ। ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ। ଆଜିଠୁ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍‌ ଆଉଟ ଆଟ୍‌ ଜୁ’ ଆରମ୍ଭ ହୋଇଛି।

Advertisment

ସଂଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏ ନନ୍ଦନକାନରେ ବୁଲିବାକୁ ମିଳିବ ଅନୁମତି। ପ୍ରତି ରବିବାର ସନ୍ଧ୍ୟା ପରେ ୨୦ ଜଣ ଲୋକ ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ। ୨୫୦ ଟଙ୍କା ଦେଇ ପ୍ରଥମେ ଅନଲାଇନ୍ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏହାପରେ ବ୍ୟାଟେରୀ ଗାଡ଼ିରେ ବୁଲି ଦର୍ଶକମାନେ ନନ୍ଦନକାନନର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାଗ ନେଇପାରିବେ।

ନନ୍ଦନକାନନ ପକ୍ଷରୁ କୁହାଯାଇଛି ଯେ ଅନ୍ୟ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ଭଳି ଏଠାରେ ମଧ୍ୟ ଏକ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାର ନାଁ ‘ନାଇଟ୍‌ ଆଉଟ ଆଟ୍‌ ଜୁ’ ରଖାଯାଛି। ଏହା ସଂପୂର୍ଣ୍ଣ ଭାବେ ଗୋଟିଏ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ। କେବଳ ରବିବାର ଏହା ଆୟୋଜନ ହେବ।

Advertisment

ରାତି ସମୟରେ ଚିଡ଼ିଆଖାନାର ସ୍ୱତନ୍ତ୍ରତା ଯେମିତି କ୍ଷୁଣ୍ଣ ନ ହେବ, ତା’କୁ ଦୃଷ୍ଟି ରଖି ପୂରା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିପାଇଁ ଧାର୍ଯ୍ୟ ଦର୍ଶକଙ୍କ ସଂଖ୍ୟା ଠାରୁ ଅଧିକ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ।

କାର୍ଯ୍ୟକ୍ରମ ବେଳେ ଫଟୋ କିମ୍ବା ଭିଡିଓ ରେକର୍ଡିଂ ପାଇଁ ମଧ୍ୟ ଅନୁମତି ଦିଆଯିବ ନାହିଁ। ତେଣୁ ମିଡିଆ ବନ୍ଧୁମାନେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ ବେଳେ ପ୍ରବେଶ କରିପାରିବେ ନାହିଁ। ଏହା ଏକ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ହୋଇଥିବାରୁ ସମସ୍ତଙ୍କ ଅବଗତି ନିମନ୍ତେ ଚିଡ଼ିଆଖାନା ପକ୍ଷରୁ ବିବୃତି ଜାରି କରାଯାଇଛି।

Odisha Nandankanan