Advertisment

ବଡ଼ଦିନରେ ନନ୍ଦନକାନନ ବୁଲିଲେ ଶତାଧିକ ପର୍ଯ୍ୟଟକ

ସୋମବାର ଥିଲେବି ବଡ଼ଦିନ ପାଇଁ ପ୍ରାଣୀ ଉଦ୍ୟାନ ଖୋଲା ରହିଥିଲା। ସକାଳୁ ସନ୍ଧ୍ୟା ଯାଏଁ ହଜାର ହଜାର ପର୍ଯ୍ୟଟକଙ୍କ ପରିବାର ସହ ପହଁଚିଥିଲେ ନନ୍ଦନକାନନ ବୁଲିବାକୁ।

author-image
Biswajit Samal
Nandankanan

Nandankanan

ଛୁଟି ଦିନରେ ଜମିଛି ନନ୍ଦନକାନନ ବୁଲାବୁଲି। ଆଜି ସୋମବାର ଥିଲେବି ବଡ଼ଦିନ ପାଇଁ ପ୍ରାଣୀ ଉଦ୍ୟାନ ଖୋଲା ରହିଥିଲା। ସକାଳୁ ସନ୍ଧ୍ୟା ଯାଏଁ ହଜାର ହଜାର ପର୍ଯ୍ୟଟକଙ୍କ ପରିବାର ସହ ପହଁଚିଥିଲେ ନନ୍ଦନକାନନ ବୁଲିବାକୁ। ନୂଆ କରି ଆରମ୍ଭ ହୋଇଥିବା ରୋପ ୱେରେ ପ୍ରବଳ ଭିଡ ଲାଗିଥିଲା। ସେହିପରି ପ୍ରାଣୀ ଉଦ୍ୟାନକୁ ନୂଆ କରି ଆସିଥିବା ଅତିଥି ହୁଲକ ଗିବନ ପାଖରେ ଅଟକି ଯାଇଥିଲା ଗହଳି।

Advertisment

ପରିବାର ସହ କିଏ ବୋଟିଂର ମଜା ନେଉଛି ତ କିଏ ରୋପୱେର। ନୂଆ କରି ଆରମ୍ଭ ହୋଇଥିବା ରୋପୱେରେ ଘେରାଏ ବୁଲି ଆସିବାକୁ ଲାଗିଛି ଗହଳି। ଉପରୁ କାଞ୍ଜିଆ ହ୍ରଦର ସୌନ୍ଦର୍ଯ୍ୟ ଦେଖିବାକୁ ନାହିଁନଥିବା ଭିଡ ଲାଗିଛି ପର୍ଯ୍ୟଟକଙ୍କର। ଆଜି ସୋମବାର, ହେଲେ ଖ୍ରୀଷ୍ଟମାସ ପାଇଁ ଖୋଲା ରହିଥିଲା ନନ୍ଦନକାନନ। ପ୍ରାଣୀ ଉଦ୍ୟାନକୁ ଛୁଟିଥିଲା ପର୍ଯ୍ୟଟକଙ୍କ ସୁଅ। ପିଲାଛୁଆ ପରିବାର ସହ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ବୁଲି ଆସିଥିଲେ।

ଛୁଟି ଦିନରେ ଭିଡକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁବିଧା ପାଇଁ ୧୫ଟି ଟିକେଟ କାଉଣ୍ଟର ଖୋଲାଯାଇଥିଲା। ଅନଲାଇନ ଓ ହ୍ୱାଟସଆପ ଜରିଆରେ ବି ହୋଇଥିଲା ଟିକେଟ ବୁକିଂ ସୁବିଧା। ଭିତରେ ପର୍ଯ୍ୟାପ୍ତ ପରିମାଣର ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା ହୋଇଥିବା ବେଳେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଲାଗିଥିଲା।

Advertisment

ଆଜି ଭିଡ଼ ଏତେ ଥିଲା ଯେ, ଦିନ ଗୋଟାଏ ସୁଦ୍ଧା ନନ୍ଦନ କାନନ ବୁଲି ସାରିଥିଲେ ୧୦ ହଜାର ପର୍ଯ୍ୟଟକ। ଆସନ୍ତାକାଲି ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ।

Bhubaneswar Nandankanan