/odisha-reporter/media/post_attachments/uploadimage/library/16_9/16_9_0/IMAGE_1694226304.jpg)
Nandankanan
ନନ୍ଦନକାନନକୁ ଆସିଲେ ନୂଆ ଅତିଥି। ପ୍ରାଣୀ ଅଦଳ ବଦଳ ପ୍ରକ୍ରିୟାରେ ମିଜୋରାମର ଆଇଜୋଲ ପ୍ରାଣୀ ଉଦ୍ୟାନରୁ କିଛି ପଶୁପକ୍ଷୀଙ୍କୁ ଅଣାଯାଇଛି। ଦୁଇଟି ହୁଲକ୍ ଗିବନ, ଦୁଇଟି ଘୁଷୁରୀ ଲାଞ୍ଜ ବିଶିଷ୍ଟ ମକାକ୍ ଓ ଗୋଟିଏ ହିମାଳୟାନ କଳାଭାଲୁ ଆଇଜୋଲ ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନ ଆସିଛି। ଦୁଇଟି ବାଘ ବଦଳରେ ଏମାନଙ୍କୁ ଅଣାଯାଇଛି।
Advertisment
ନନ୍ଦନକାନନରେ ଥିବା ପ୍ରଜାତିଙ୍କ ମଧ୍ୟରେ ଘୁଷୁରୀ ଲାଞ୍ଜ ବିଶିଷ୍ଟ ମକାକ୍ ନୂଆ ପ୍ରଜାତି ଅଟେ। ଏହି ପ୍ରଜାତି ଆସିବା ଫଳରେ ନନ୍ଦନ କାନନରେ ମୋଟ ପ୍ରଜାତି ସଂଖ୍ୟା ୧୬୩କୁ ବୃଦ୍ଧି ପାଇଛି। ଏସବୁ ପ୍ରାଣୀମାନଙ୍କୁ ଏବେ ମାସକ ପାଇଁ କ୍ୱାରେଣ୍ଟିନରେ ରଖାଯିବ। ଏହା ପରେ ଦର୍ଶକମାନେ ଏମାନଙ୍କୁ ଦେଖିପାରିବେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ପ୍ରାଣୀ ଅଦଳବଦଳ ପ୍ରକ୍ରିୟାରେ ପୂର୍ବରୁ ନନ୍ଦନ କାନନରୁ ଦୁଇଟି ବାଘ ଆଇଜୋଲ ପ୍ରାଣୀ ଉଦ୍ୟାନକୁ ପଠା ଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
