/odisha-reporter/media/post_attachments/uploadimage/library/16_9/16_9_0/IMAGE_1700188655.jpg)
Nandankanan
ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ନୂଆ ଅତିଥି। ହାଇଦ୍ରାବାଦ ନେହରୁ ଜୋଲଜିକାଲ୍ ପାର୍କ ସହ ନନ୍ଦନକାନନ ପ୍ରାଣୀ ଉଦ୍ୟନର ଜୀବଜନ୍ତୁଙ୍କ ଅଦଳବଦଳ ହୋଇଛି।
Advertisment
Sarus crane ଓ Spoonbill ପକ୍ଷୀ, Mouse deer, Bonnet macaque ମାଙ୍କଡ଼, Russell's vipeR ଏବଂ Red sand boaଭଳି ବିରଳ ସାପକୁ ଦିଆଯାଇ ହାଇଦ୍ରାବାଦ ନେହରୁ ଜୋଲଜିକାଲ୍ ପାର୍କରୁ ଅନେକ ପଶୁପକ୍ଷୀ ଅଣାଯାଇଛି। Golden pheasant, ବିରଳ କୁମ୍ଭୀର, ହରିଣଭଳି କିଛି ବିରଳ ପ୍ରାଣୀ ଅଣାଯାଇଛି। ହାଇଦ୍ରାବାଦରୁ ୧୭ ଜଣିଆ ଟିମ୍ ନନ୍ଦନକାନନ ଆସି ଏସବୁ ଜୀବଜନ୍ତୁ ବଦଳ କରିନେଇଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ନନ୍ଦନକାନନକୁ ନୂଆ ଅତିଥି ମଧ୍ୟ ଆସିଛନ୍ତି। ଅରୁଣାଚଳ ପ୍ରଦେଶ ଇଟାନଗର ପ୍ରାଣୀ ଉଦ୍ୟାନରୁ ଅଦଳ ବଦଳ ପ୍ରକ୍ରିୟାରେ ୨ଟି ହୁଲକ୍ ଗିବନ ଏବଂ ୨ଟି ଲିଓପାର୍ଡ କ୍ୟାଟ ଅଣାଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
