Advertisment

ନନ୍ଦନକାନନକୁ ଆସିବେ ଚିତା ଓ ଧଳା ସିଂହ ଶାବକ

ଆଲିପୁର ଜୁ ସହ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଆଉ ଏକ ଜିରାଫ ମଧ୍ୟ ନନ୍ଦନକାନନକୁ ଆସିବ ।

author-image
Hemant Lenka
Tiger

Tiger

ନୂଆବର୍ଷରେ ନନ୍ଦନକାନନ ଚିଡ଼ିଆଖାନା ପାଇବ ନୂଆ ଅତିଥି। ନନ୍ଦନକାନନ ଚିଡ଼ିଆଖାନାକୁ ଆସିବେ ଚିତା, ଧଳା ସିଂହ ଶାବକ ଓ ନୂଆ ପକ୍ଷୀ। ଦୁବାଇ ଚିଡ଼ିଆଖାନା ସହ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଜାନୁଆରୀ ମାସରେ ଏମାନଙ୍କୁ ଅଣାଯିବ। ସେହିପରି ଆଲିପୁର ଜୁ ସହ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଆଉ ଏକ ଜିରାଫ ମଧ୍ୟ ନନ୍ଦନକାନନକୁ ଆସିବ ବୋଲି PCCF ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।

Advertisment

ସେହିପରି ନନ୍ଦନକାନନ ଚିଡ଼ିଆଖାନା ବିଶ୍ୱସ୍ତରୀୟ ହେବ। କାରଣ ନନ୍ଦନକାନନ ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ମାଷ୍ଟର ପ୍ଲାନକୁ ଅନୁମୋଦନ କରିଛି ସେଣ୍ଟ୍ରାଲ ଜୁ ଅଥରିଟି। ଜନ୍ତୁ ଖୁଆଡ଼ଗୁଡ଼ିକୁ ଅତ୍ୟାଧୁନିକ କରାଯିବ। ସଫାରି ଗୁଡ଼ିକୁ ଚୂଡ଼ଙ୍ଗଗଡ଼ ପାର୍ଶ୍ୱରେ ବଡ଼ ଆକାରରେ ତିଆରି କରାଯିବ।

ଚଳିତ ଆର୍ଥିକ ବର୍ଷ ହିଁ ଆରମ୍ଭ ହେବ ନନ୍ଦନକାନନ ସମ୍ପ୍ରସାରଣ କାମ। ୪ରୁ ୫ ବର୍ଷ ମଧ୍ୟରେ ସମ୍ପ୍ରସାରଣ ସାରିବାକୁ ଯୋଜନା ରହିଛି। ତେବେ ଧାର୍ଯ୍ୟ ସମୟ ପୂର୍ବରୁ କାମ ଶେଷ ହୋଇଯିବ ବୋଲି ଶ୍ରୀ ନନ୍ଦ ଆଶା ରଖିଛନ୍ତି। 

Advertisment

ସେ କହିଛନ୍ତି, “ନନ୍ଦନକାନନ ବିଶ୍ୱସ୍ତରୀୟ ହେବ। ଖୁବକମ ଦିନରେ ସମସ୍ତେ ବ୍ୟବସ୍ଥିତ ନନ୍ଦନକାନନକୁ ଦେଖିବେ। ଭିଡ଼ ନିୟନ୍ତ୍ରଣ ପାଈଁ ବ୍ୟବସ୍ଥା କରାଯିବ। ଲୋକମାନେ ଆଉ ହଇରାଣ ହେବନି।

ବଡ଼ ସଫାରୀ ହେବ। ଏଥିସହ ଦୁବାଇ ଚିଡ଼ିଆଖାନା ସହ ବଦଳ ପ୍ରକ୍ରିୟାରେ କିଛି ନୂଆ ଜନ୍ତୁଙ୍କୁ ଅଣାଯିବ। ନୂଆ ବର୍ଷରେ ଲୋକମାନେ ନୂଆ ଜନ୍ତୁମାନଙ୍କୁ ଦେଖିବେ। ସେହିପରି ଆଲିପୁର ଜୁରୁ ମଧ୍ୟ ଆଉ ଗୋଟିଏ ଜିରାଫ ଆସିବ। କାରଣ ଏବେ ନନ୍ଦନକାନନରେ ଥିବା ଜିରାଫ ବେଶ ଏକୁଟିଆ ରହୁଛି। ଦୁବାଇ ଜୁରୁ ଚିତା, ଧଳା ସିଂହ ଶାବକ ଓ ଆମ ପାଖରେ ନଥିବା କିଛି ଚଢ଼େଇକୁ ଅଣାଯିବ। ଜାନୁଆରୀ ମାସରେ ହିଁ ଏସବୁ ଜନ୍ତୁ ଓ ପକ୍ଷୀମାନଙ୍କୁ ଆଣିବା ପାଇଁ ଯୋଜନା ରହିଛି।”

Odisha Nandankanan Nandankanan Zoological Park