ଭୁବନେଶ୍ୱରରେ ଖୋଲିଲା ନାର୍କୋଟିକସ କଣ୍ଟ୍ରୋଲ ବ୍ୟୁରୋ-NCBର ଅଫିସ

ଭିଡ଼ିଓ କନଫରେନସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଏନ୍‌ସିବି ଅଫିସ୍‌

  • Published: Monday, 17 July 2023
  • , Updated: 17 July 2023, 09:40 PM IST

ଭୁବନେଶ୍ୱରରେ ଖୋଲିଲା ନାର୍କୋଟିକସ କଣ୍ଟ୍ରୋଲ ବ୍ୟୁରୋ-NCBର ଅଫିସ। ଭିଡ଼ିଓ କନଫରେନସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ରାଜ୍ୟରେ ଡ୍ରଗସ୍ କାରବାର ଓ ଗଞ୍ଜେଇ ଚାଷ ନିୟନ୍ତ୍ରଣ ପାଇଁ ଏହା ସହାୟକ ହେବ ବୋଲି ଆଶା କରାଯାଉଛି। ଉତ୍ତର ଓଡ଼ିଶା ଦେଇ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳକୁ ଆସୁଛି ଡ୍ରଗସ୍। ଏସବୁର ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରେ NCBର ଅଫିସ ଖୋଲାଯାଇଛି।

ଗୋଟାଏ ପଟେ ନର୍କୋଟିକସ୍‌ ବ୍ୟୁରୋ ସାରା ଭାରତ ବର୍ଷରେ ୧ ଲକ୍ଷ ୪୪ ହାଜର କିଲୋରୁ ଅଧିକ ଡ୍ରଗସ ନଷ୍ଟ କରିଥିବା ବେଳେ ଅନ୍ୟପଟେ ବେଆଇନ ନିଶା କାରବାର ରୋକିବାକୁ ଓଡ଼ିଶାରେ ପାଦ ମଜଭୁଲ କରିବା ଚର୍ଚ୍ଚାର ବିଷୟ ହୋଇଛି।

Related story