Advertisment

ହାଇକୋର୍ଟରେ ନାଟମଣ୍ଡପ ଷ୍ଟାଟସ୍ ରିପୋର୍ଟ ଦାଖଲ

ଜାନୁଆରୀ ୧୮ ସୁଧା ନାଟମଣ୍ଡପ ବିମ ମରାମତି କାମର ଅଗ୍ରଗତି ନେଇ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆମିକସ କ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଅଦ୍ୟତନ ହୋଇଛି
ହାଇକୋର୍ଟରେ ନାଟମଣ୍ଡବ ମମଲା

ହାଇକୋର୍ଟରେ ନାଟମଣ୍ଡବ ମମଲା

Advertisment

ହାଇକୋର୍ଟରେ ନାଟମଣ୍ଡବ ମରାମତି ମମଲା। ଜଗମୋହନ ଓ ନାଟମଣ୍ଡପ ମଧ୍ୟରେ ଲାଗିଥିବା କାଠ ଓ ମୂର୍ତ୍ତୀ ଖୋଲାଯାଇ ଶ୍ରୀଜଗନ୍ନାଥଙ୍କ ସଂଗ୍ରହାଳୟରେ ରଖାଯାଇଛି। ନାଟମଣ୍ଡପ ବିମରେ ଲାଗିବାକୁ ଥିବା ଆସେସ ବକ୍ସର ଡିଜାଇନ ପ୍ରସ୍ତୁତ ସହ ଏଥିରେ ବ୍ୟବହାର ହେବାକୁ ଥିବା ସାମଗ୍ରୀ ପାଇଁ ଟେଣ୍ଡର ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରାଯିବ।

Advertisment

ଏଥିପାଇଁ ୧୯ ଡିସେମ୍ବର ରୁ ୨୧ ଡିସେମ୍ବର ମଧ୍ୟରେ ବୈଠକ ହେବ ବୋଲି ସେ କୋର୍ଟଙ୍କୁ ଅବଗତ କରେଇଛନ୍ତି । ଆସନ୍ତା ଜାନୁଆରୀ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଜାନୁଆରୀ ୧୮ ସୁଧା ନାଟମଣ୍ଡପ ବିମ ମରାମତି କାମର ଅଗ୍ରଗତି ନେଇ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆମିକସ କ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ପୂର୍ବରୁ ନାଟମଣ୍ଡପ ବିମରେ ଫାଟ ସୃଷ୍ଟି ହୋଇଥିବା ପ୍ରସଙ୍ଗରେ ଏଏସଆଇ ପକ୍ଷରୁ କୋର୍ଟରେ ରିପୋର୍ଟ ଦାଖଲ କରାଯାଇଥିଲା। ଯାହାର ତୁରନ୍ତ ମରାମତି କରିବାର ଆବଶ୍ୟକତା ରହିଛି ବୋଲି ଆବେଦନକାରୀ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ତେବେ ଏଏସଆଇ ପକ୍ଷରୁ ମାଡ୍ରାସ ଆଇଆଇଟିରୁ ଡିଜାଇନ ପ୍ରସ୍ତୁତ ହୋଇଛି ଏବଂ ଆସନ୍ତା ବୈଠକରେ ଡିଜାଇନ ଏବଂ ମରାମତି କାର୍ଯ୍ୟପ୍ରଣାଳୀ ଚୂଡାନ୍ତ ହେବ ବୋଲି ଅମିକସ କ୍ୟୁରୀଙ୍କ ରିପୋର୍ଟରେ ଦର୍ଶାଯାଇଛି।

Advertisment
Cuttack Puri Jagannath Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe