ଓଡ଼ିଶାରେ ପ୍ରତିଷ୍ଠା ହେବ ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିର୍ଭସିଟି କ୍ୟାମ୍ପସ୍‌

ରାଜ୍ୟରେ ବଢ଼ୁଥିବା ସାଇବର କ୍ରାଇମକୁ ଦୃଷ୍ଟିରେ ରଖି ଏଭଳି ଏକ ଅନୁଷ୍ଠାନର ଆବଶ୍ୟକତା ଓଡ଼ିଶାରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ଏହି କ୍ୟାମ୍ପସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବେ ।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ସଚିବ ଓ ଡିଜିପି

  • Published: Friday, 27 September 2024
  • , Updated: 27 September 2024, 09:38 PM IST

ଓଡ଼ିଶାରେ ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିର୍ଭସିଟିର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ । ଏଠାରେ ଓଡ଼ିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ କରାଯିବ । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ୟୁନିର୍ଭିସିଟିର ଏକ ଟିମ୍ ସାକ୍ଷାତ କରି ଏହା ଉପରେ ଆଲୋଚନା କରିଛନ୍ତି ।

ରାଜ୍ୟରେ ବଢ଼ୁଥିବା ସାଇବର କ୍ରାଇମକୁ ଦୃଷ୍ଟିରେ ରଖି ଏଭଳି ଏକ ଅନୁଷ୍ଠାନର ଆବଶ୍ୟକତା ଓଡ଼ିଶାରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ଏହି କ୍ୟାମ୍ପସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବେ । ଅପରାଧର ତଦନ୍ତ ଓ ଅପରାଧ ରୋକିବା ଦିଗରେ ଦକ୍ଷ ବିଶେଷଜ୍ଞ ସୃଷ୍ଟି କରିବାରେ ମଧ୍ୟ ଏହା ବିଶେଷ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ରାଜ୍ୟର ପୁଲିସ ଅଧିକାରୀମାନେ ସାଇବର ସିକ୍ୟୁରିଟି ଉପରେ ପ୍ରଶିକ୍ଷଣ ପାଇବାରେ ସୁବିଧା ହେବା ସହିତ ରାଜ୍ୟରେ ସାଇଣ୍ଟିଫିକ୍ ଅଫିସରମାନଙ୍କ ଆବଶ୍ୟକତା ପୂରଣ ହେବାରେ ମଧ୍ୟ ସହାୟକ ହେବ । ଏହାକୁ ଏକ ସେଂଟର ଅଫ ଏକ୍ସିଲେନ୍ସ ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଦିଲ୍ଲୀସ୍ଥିତ ନ୍ୟାସନାଲ ଫରେନସିକ ସାଇନ୍ସ ୟୁନିର୍ଭସିଟି ନିର୍ଦ୍ଦେଶିକା ଡଃ ପୁରବୀ ପେଖାରିୟାଲ, ଏନଏଫଏସୟୁ ତ୍ରିପୁରାର ନିର୍ଦ୍ଦେଶକ ଡଃ ଏଚକେ ପ୍ରତିହାରୀ ଓ ଅନ୍ୟ ବିଶେଷଜ୍ଞମାନଙ୍କ ସମେତ ମୁଖ୍ୟ ସଚିବ ମନୋଜ ଆହୁଜା, ଗୃହ ସଚିବ ସତ୍ୟବ୍ରତ ସାହୁ, ପୁଲିସ ଡିଜି ୱାଇବି ଖୁରାନିଆ ଓ କ୍ରାଇମବ୍ରାଂଚ ଏଡିଜି ଅରୁଣ ବୋଥ୍ରା ପ୍ରମୁଖ ଯୋଗ ଦେଇଥିଲେ ।

Related story