ଫ୍ୟାସନ ଶୋ- ରାଂପ ୱାକ୍ କରି ମନ ମୋହିଲେ କୁକୁର

୨ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୩ ଶହରୁ ଅଧିକ କୁକୁର ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ ଫ୍ୟାସନ୍ ଶୋ, ରାମ୍ପ୍ ୱାକ୍ ଓ ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଭୁବନେଶ୍ୱରରେ ଜାତୀୟସ୍ତରୀୟ ଡଗ୍ ଶୋ ଚାଂପିଅନସିପ୍

  • Published: Sunday, 08 December 2024
  • , Updated: 08 December 2024, 07:20 PM IST

ରାଜଧାନୀ ଭୁବନେଶ୍ୱରରେ ଜମିଲା ଜାତୀୟସ୍ତରୀୟ ଡଗ୍ ଶୋ ଚାଂପିଅନସିପ୍। ୨ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ବିଭିନ୍ନ ବ୍ରିଡର କୁକୁର ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ହୋଇଥିଲା ଫ୍ୟାସନ ଶୋ, ରାଂପ ୱାକ୍ ଓ ଅନ୍ୟାନ୍ୟ କୌଶଳ ପ୍ରଦର୍ଶନ। ଯାହାକୁ ଦେଖିବାକୁ ରାଜଧାନୀବାସୀଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଥିଲା।

ଓଡ଼ିଶା କେନେଲ୍ କ୍ଲବ ପକ୍ଷରୁ ଆୟୋଜିତ ଏହି ଡଗ ଶୋରେ ଚଳିତବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଦେଢ଼ ବର୍ଷୀୟ ‘ଟିକ୍ ଟିକ୍ ବୁମ୍’ ଓ ତା ବଡ଼ଭଉଣୀ ‘ଏନା’। ଏହି ୨ ସିହ୍-ଜୁ ବ୍ରିଡର କୁକୁର ଦେଖିବାକୁ ଯେତିକି ସୁନ୍ଦର, ସେମିତି ୱେଲ୍ ଟ୍ରେନ୍ଡ ମଧ୍ୟ। ବ୍ରାଜିଲରୁ ଆସିଥିବା ଏଇ ବ୍ରିଡଙ୍କୁ ଦେଖିବାକୁ ଦେଖଣାହାରୀଙ୍କ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।

ଓୟୁଏଟି ଗ୍ରାଉଣ୍ଡରେ ଆୟୋଜିତ ହୋଇଥିବା ଏହି ଡଗ୍ ଶୋ’ ଆଜି ଉଦଯାପନ ହୋଇଛି। ୨ ଦିନିଆ ଏହି ଡଗ ଶୋ ଚାମ୍ପିଅନସିପରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ମୋଟ ୪୧ଟି ବ୍ରିଡର ପାଖାପାଖି ୩ ଶହରୁ ଅଧିକ କୁକୁର ଭାଗ ନେଇଥିଲେ। ଜର୍ମାନ ଶେଫର୍ଡ, ଲାବ୍ରାଡର୍, ପଗ୍, ରେଟ୍ରିଭର୍, ବକ୍ସର, ରଟୱିଲର, ଫ୍ରେଞ୍ଚ୍ ବୁଲଡଗ୍ ଭଳି ବିଭିନ୍ନ ବ୍ରିଡର କୁକୁର ଶୋରେ ଶୋଭା ବଢାଇଥିଲେ। ସେମାନଙ୍କ ମଧ୍ୟରେ ଫ୍ୟାସନ୍ ଶୋ, ରାମ୍ପ୍ ୱାକ୍ ଓ ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Related story