Advertisment

ଯୁଦ୍ଧଭୂମିର ଭ୍ରମ; ପୁରୀରେ ଘୁଁ ଘୁଁ ଗର୍ଜନ କରୁଛନ୍ତି ଯୁଦ୍ଧ ଟ୍ୟାଙ୍କ

ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା ସହ ପରାକ୍ରମ ଦେଖାଇବାକୁ କେତେ ସଜାଗ ଭାରତୀୟ ନୌସେନା, ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ।

author-image
Manoranjan Sial
ଅଦ୍ୟତନ ହୋଇଛି
Puri

Puri

ଓଡ଼ିଶାରେ ପ୍ରଥମ ଥର ପାଇଁ ପୁରୀ ତଟରେ ଡିସେମ୍ବର ୪ ତାରିଖରେ ପାଳନ ହେବ ନୌସେନା ଦିବସ। ଏଥିରେ ମୁଖ୍ୟଅତିଥି ଭାବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ। ରାଷ୍ଟ୍ରପତିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ଓ ତିନି ସେନାର ମୁଖ୍ୟ ବସିବା ପାଇଁ ବ୍ଳୁ ଫ୍ଳାଗ୍‌ ବିଚ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଲାଇଟ୍‌ ହାଉସ୍ ଠାରୁ ଦିଗବାରେଣି ଖୁଣ୍ଟି ଏବଂ ନୀଳାଦ୍ରି ବିଚରୁ ପେଣ୍ଠକଟା ପର୍ଯ୍ୟନ୍ତ ସବୁସ୍ଥାନରେ ଦେଖିହେବ ନୌସେନାର ରଣ କୌଶଳ।

Advertisment

ଯୁଦ୍ଧଭୂମିର ଭ୍ରମ। ଘୁଁ ଘୁଁ ଗର୍ଜନ ସହ ପ୍ରସ୍ତୁତ ହେଉଛି ଯୁଦ୍ଧ ଟ୍ୟାଙ୍କ। ବ୍ଲୁ ଫ୍ଲାଗ ବିଚ୍‌ରେ ନେଭି ଡେ’ ପାଳନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ। ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା ସହ ପରାକ୍ରମ ଦେଖାଇବାକୁ କେତେ ସଜାଗ ଭାରତୀୟ ନୌସେନା, ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ। ନୌସେନାର ବୀରତ୍ୱର ବାର୍ତ୍ତା ଦେଇ ପରେଡ୍‌ କରିବେ ଭାରତୀୟ ନୌସେନା ଯବାନ। ଏଥିପାଇଁ ଜୋରସୋରରେ ଚାଲିଛି ଅଭ୍ୟାସ।

ସେପଟେ ରେଡ୍‌ କାର୍ପେଟରେ ସଜେଇ ହେଲାଣି ବ୍ଲୁ ଫ୍ଲାଗ୍‌ ବିଚ୍‌। ମଝିରେ ତିଆରି ହୋଇଛି ମଞ୍ଚ। ଯେଉଁଠି ବସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କର ଠିକ ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପଡିଛି ବିରାଟ ଷ୍ଟେଜ। ୩ ହଜାରରୁ ଅଧିକ ଅତିଥି ବସିବା ପାଇଁ ସ୍ୱତନ୍ତ୍ର ଚେୟାରର ବ୍ୟବସ୍ଥା କରାଯାଇଛି। ନୌସେନାର ରଣକୌଶଳ ସମ୍ପର୍କରେ ସୂଚନା ଦେବାକୁ ପାଖରେ ନିର୍ମାଣ ହୋଇଛି ଅପରେଟିଂ ରୁମ୍‌। କେବଳ ବ୍ଲୁ ଫ୍ଲାଗ୍ ବିଚ୍‌ରେ ନୁହେଁ, ଦିଗବାରେଣୀ ଖୁଣ୍ଟିଠାରୁ ଲାଇଟ୍‌ ହାଉସ୍‌ ବେଳାଭୂମି ଓ ନୀଳାଦ୍ରି ବିଚରୁ ପେଣ୍ଠକଟା ପର୍ଯ୍ୟନ୍ତ ସବୁଠି ରହି ନୌସେନାର ଦୁଃସାହସିକ କୌଶଳ ଦେଖିହେବ। ତେଣୁ ସମସ୍ତେ ବ୍ଲୁ ଫ୍ଲାଗ୍‌ ବିଚ୍‌ ନଆସିବାକୁ ଅନୁରୋଧ କରିଛି ପୁରୀ ପ୍ରଶାସନ। ଏଥିସହ ନାଭାଲ୍‌ ଡେ ପାଳନ ଅବସରରେ ନୌକା ଓ ଜାହାଜ ଚଳାଚଳରେ ଲାଗିବ କଟକଣା। ବନ୍ଦ ରହିବ ଡ୍ରୋନ୍‌ ଉଡାଣ। ଯୁଦ୍ଧ ବିମାନ ସହ ବାର୍ଡ ହିଟ୍‌ ଆଶଙ୍କା କରି ବାହାରେ ଅଳିଆ ଆବର୍ଜନା ନପକାଇବାକୁ ପରାମର୍ଶ ଦିଆଯାଇଛି।

Advertisment

ଓଡ଼ିଶା ତଥା ପ୍ରାଚୀନ କଳିଙ୍ଗ ସହ ବିଶ୍ୱର ବିଭିନ୍ନ ଦେଶର ନୌବାଣିଜ୍ୟ ସମ୍ପର୍କ ରହିଛି। ଗର୍ବ ଓ ଗୌରବର ଏହି ସ୍ମୃତିକୁ ଉଜାଗର ରଖିବାକୁ ପ୍ରଥମ ଥର ପାଇଁ ଓଡ଼ିଶାରେ ପାଳନ ହେବାକୁ ଯାଉଛି ନୌସେନା ଦିବସ। ଏହି ଅବସରରେ ୫୦ରୁ ଅଧିକ ଏୟାରକ୍ରାଫ୍ଟ ରଣକୌଶଳ ଦେଖାଇବେ। ଯାହାର ସାକ୍ଷୀ ରହିବେ ହଜାର ହଜାର ଜନତା।

Puri