/odisha-reporter/media/post_attachments/uploadimage/library/16_9/16_9_0/Labour_1697253752.jpg)
Labour
ଲାଓସରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣ-ପୂର୍ବ ଏସିଆର ଲାଓସ ଦେଶରେ ଫସିଥିବା ୩୫ ଜଣ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା CMO ପକ୍ଷରୁ
କୁହାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରମ କମିଶନର ଲାଓସରେ ଭାରତୀୟ ଦୂତାବାସ ସହ ଏନେଇ କଥା ହୋଇଛନ୍ତି। ତେବେ ଭାରତୀୟ ଦୂତାବାସ ସମସ୍ତ ଶ୍ରମିକଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଖୁବଶୀଘ୍ର ନିରାପଦରେ ଭାରତକୁ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି।
କାମ କରିବାକୁ ଯାଇ ଲାଓସର ଆଟପୁରେ ଫସି ରହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ୩୫ ଜଣ ଓଡ଼ିଆ ଶ୍ରମିକ। ଆଟାପୁ-ଲାଓର ଏକ ପ୍ଲାଏଉଡ଼ କମ୍ପାନୀରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ କମ୍ପାନୀ କର୍ମଚାରୀଙ୍କ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଓଡ଼ିଆ ଶ୍ରମିକ ମାନଙ୍କୁ ୨ ମାସ ହେବ ଦରମା ଦିଆଯାଇନଥିବା ବେଳେ ସେମାନଙ୍କ ପାସପୋର୍ଟକୁ ଜୋର ଜବରଦସ୍ତ କମ୍ପାନୀ କର୍ମଚାରୀ
ଛଡାଇ ନେଇଥିବା ଅଭିଯୋଗ କରିଛନ୍ତି ଫସିରହିଥିବା ଓଡ଼ିଆ ଶ୍ରମିକ। ।
ଭୋକ ଉପାସରେ ଗୃହବନ୍ଦୀ ଭାବେ ଜୀବନ କାଟୁଛନ୍ତି। ଏନେଇ ଏକ ଭିଡିଓ ବାର୍ତା ଜରିଆରେ ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
