Advertisment

ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ

ନେଦରଲ୍ୟାଣ୍ଡସ୍‌ରେ  ବିବାହ କଲେ ଅରୁଣ । ନାଦିଆ ନାମ୍ନୀ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି ଅରୁଣ ପଟ୍ଟନାୟକ ।

author-image
Niharika Rout
ଅଦ୍ୟତନ ହୋଇଛି
Arun Patnaik

Arun Patnaik

ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ । ନେଦରଲ୍ୟାଣ୍ଡସ୍‌ରେ  ବିବାହ କଲେ ଅରୁଣ । ନାଦିଆ ନାମ୍ନୀ  ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ତଥା ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକ ।

Advertisment

ନେଦରଲ୍ୟାଣ୍ଡସ୍‌ରେ ଏକ ବର୍ଣ୍ଣାଢ୍ୟ ସମାରୋହରେ ଉଭୟ ଅରୁଣ ଓ ନାଦିଆ ପରସ୍ପରର ଜୀବନସାଥୀ ପାଲଟିଛନ୍ତି । ଏହି ବିବାହ ଉତ୍ସବରେ ଅରୁଣଙ୍କ ବାପା ତଥା ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଉପସ୍ଥିତ ଥିଲେ। । ପ୍ରେମ ପଟ୍ଟନାୟକଙ୍କ ଝିଅ ସୋଶାଲ ମିଡିଆରେ ଏହାର ଫଟୋ ଓ ଭିଡିଓ ଶେଆର କରିଛନ୍ତି।

ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଅରୁଣ ପଟ୍ଟନାୟକ ନବୀନ ନିବାସ ଆସିଥିଲେ। ସେ ହିଁ ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ ହେବେ ବୋଲି ସେତେବେଳେ ଚର୍ଚ୍ଚା ଜୋର ଧରିଥିଲ। ମାତ୍ର ଏହାପରେ ଅରୁଣ ଭୁବନେଶ୍ୱରରୁ ଫେରି ଯାଇଥିଲା।

Advertisment

ସେ ଦାଦାଙ୍କୁ ନିଜ ବିବାହ ପାଇଁ ନିମନ୍ତ୍ରଣ ଦେବାକୁ ଆସିଥିବା ଏବେ ଶୁଣିବାକୁ ମିଳୁଛି। ତେବେ ନବୀନ ପଟ୍ଟନାୟକ ଏହି ବିବାହରେ ସାମିଲ ହୋଇ ନ ଥିବା ଜଣାଯାଇଛି।

Naveen Patnaik Marriage Arun Patnaik