Advertisment

‘ମୋ ଜଙ୍ଗଲ ମୋ ଜମି’ ଫାଇଲରେ ଶଙ୍ଖ ଚିହ୍ନ; ଲିଫ୍‌ଲେଟ୍‌ରେ ନବୀନ ପଟ୍ଟନାୟକଙ୍କ ଫଟୋ

ଫାଇଲ୍‌ରେ ଶଙ୍ଖ ଚିହ୍ନ ଥିବା ବେଳେ ପ୍ରଚାର ପତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖାଯାଇଥିଲା। ଏପରିକି ନବୀନ ପଟ୍ଟନାୟକଙ୍କ ଫଟୋ ରହିଥିବା ଦେଖିବାକୁ ମିଳିଥିଲା।

Bhadrak

Bhadrak

Advertisment

ସରକାରୀ କାର୍ଯ୍ୟକ୍ରମ ‘ମୋ ଜଙ୍ଗଲ ମୋ ଜମି’ ଫାଇଲରେ ଶଙ୍ଖ ଚିହ୍ନ ଓ ଲିଫ୍‌ଲେଟ୍‌ରେ ନବୀନ ପଟ୍ଟନାୟକଙ୍କ ଫଟୋ ଅଛି। ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖାଯାଇଛି। ଏହା ନେଇ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଫିସ୍‌ରେ ଆଜି ହୋ-ହଲ୍ଲା ହୋଇଛି।

Advertisment

ଆଜି ବାସୁଦେବପୁର ବ୍ଲକ୍‌ କାର୍ଯ୍ୟାଳୟରେ ‘ମୋ ଜଙ୍ଗଲ ଜମି’ ଯୋଜନାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବସୁନ୍ଧରା ଯୋଜନାର ଜିଲ୍ଲା କୋଡିନେଟର ଦିଲ୍ଲୀପ କୁମାର ନାୟକ ଆୟୋଜନ କରିଥିଲେ। ଏଥିରେ ବାସୁଦେବପୁର ବନ ବିଭାଗର ରେଞ୍ଜର କପିଳେନ୍ଦ୍ର ପ୍ରଧାନ, ବିଡିଓ ସଞ୍ଜିବ କୁମାର ସାହୁ, ଆର୍‌ଆଇ ଓ ପିଇଓମାନେ ଯୋଗଦେଇଥିଲେ। ସଭା କାର୍ଯ୍ୟ ଆରମ୍ଭ ବେଳେ ସବୁ ଅତିଥି ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ବଣ୍ଟା ଯାଇଥିଲା ଫାଇଲ୍‌ ଏବଂ ଲିଫ୍‌ଲେଟ୍‌। ହେଲେ ସେହି ଫାଇଲ୍‌ରେ ଶଙ୍ଖ ଚିହ୍ନ ଥିବା ବେଳେ ପ୍ରଚାର ପତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖାଯାଇଥିଲା। ଏପରିକି ନବୀନ ପଟ୍ଟନାୟକଙ୍କ ଫଟୋ ରହିଥିବା ଦେଖିବାକୁ ମିଳିଥିଲା।

ଫାଇଲରେ ଶଙ୍ଖ ଓ ଲିଫ୍‌ଲେଟ୍‌ରେ ନବୀନ ପଟ୍ଟନାୟକଙ୍କ ଫଟୋ ଦେଖି ବିଡିଓ ଉଠି ପଳାଇ ଯାଇଥିବା ଚର୍ଚ୍ଚା ହେଉଛି। ବିଡିଓ ପଳାଇଯିବା ପରେ ଶଙ୍ଖ ଓ ନବୀନଙ୍କ ଫଟୋକୁ ନେଇ ସଭାରେ ନାନା କଥା ଗୁଞ୍ଜରିତ ହୋଇଥିଲା। ଶେଷରେ ଗୃହ ବାହାରକୁ କଥା ଯାଇଥିଲା। ତା’ପରେ ବିଜେପି କର୍ମୀମାନେ ଆସି ହଙ୍ଗାମା କରିଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲିଫ୍‌ଲେଟ୍‌ରେ କେମିତି ରହିଥିଲା ବୋଲି ପ୍ରଶ୍ନ କରିଥିଲେ। ହେଲେ ସଭା ଆୟୋଜନ କରୁଥିବା ଦିଲ୍ଲୀପ କୁମାର ନାୟକ ବାଆଁରେଇ ଥିଲେ।

Advertisment

ଦିଲ୍ଲୀପ କୁମାର ନାୟକ କହିଥିଲେ, କାଗଜପତ୍ର ଓ ଫାଇଲ୍‌ ପୂର୍ବରୁ ତିଆରି ହୋଇଥିଲା। ଏହି କାର୍ଯ୍ୟକ୍ରମ ଜାନୁଆରୀରୁ ସରିବା କଥା। ହେଲେ କମ୍ୟୁନିଟି ସ୍ୱେଚ୍ଛାସେବୀ ଚୟନ ହୋଇପାରିନଥିବାରୁ ଏ ସବୁ ବଣ୍ଟନ ହୋଇପାରିନଥିଲା। ଏହା ସରକାରୀ କାର୍ଯ୍ୟକ୍ରମ। କୌଣସି ଦଳ ପାଇଁ ପ୍ରଚାର କରିବାକୁ ଆସିନାହୁଁ। ପୂର୍ବରୁ ତିଆରି ହୋଇଥିଲା ବୋଲି ବାଣ୍ଟିଥିଲୁ। ହେଲେ ବିରୋଧ ପରେ ନେଇଯାଇଛୁ ବୋଲି ଶ୍ରୀ ନାୟକ କହିଛନ୍ତି।

ରିପୋର୍ଟ- ବାସୁଦେବପୁରରୁ ସୂର୍ଯ୍ୟଦୋୟ ବିଶ୍ୱାଳ

Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe