Advertisment

ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ନବୀନ, ଚିକିତ୍ସା ପାଇଁ ଯିବେ ମୁମ୍ବାଇ

୨୦୦୦ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନବୀନ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନାକୁ ଗୋପନ ରଖିବାକୁ ପସନ୍ଦ କରିଆସିଛନ୍ତି । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବିରୋଧୀ ଦଳ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା । ଯାହାପରେ ନବୀନ ନିଜେ ଭିଡିଓ ବାର୍ତ୍ତା ଜାରି କରି ତାଙ୍କ ସ୍ୱାସ୍ଥ୍ୟ ଭଲ ରହିଛି ବୋଲି ସ୍ପଷ୍ଟୀକରଣ ଦେଇଥିଲେ । ତେବେ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ମଝିରେ ମଝିରେ ଚର୍ଚ୍ଚା ଲାଗି ରହିଥାଏ ।

author-image
Ordigital Desk
ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ଭିକାଲ ଆଥ୍ରାଇଟିସ ସମସ୍ୟାରେ ପୀଡ଼ିତ। ଏହାର ଚିକିତ୍ସା ପାଇଁ ସେ ମୁମ୍ବାଇ ଗସ୍ତରେ ଯିବେ। ୨୨ତାରିଖରେ ତାଙ୍କର ଚିକିତ୍ସା ମୁମ୍ବାଇସ୍ଥିତ କୋକିଲାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ। ନବୀନ ନିଜର ‘ଏକ୍ସ’ ହ୍ୟାଣ୍ଡଲରେ ଏସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।

Advertisment

ନବୀନଙ୍କ ଭେରିଫାଏଡ୍ ‘ଏକ୍ସ’ ହ୍ୟାଣ୍ଡଲରୁ ବୁଧବାର ଅପରାହ୍ନ ୫ଟା ୮ମିନିଟରେ ଗୋଟିଏ ପୋଷ୍ଟରେ ନବୀନ ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ଥିବା ଓ ୨୨ତାରିଖରେ ତାଙ୍କର ଚିକିତ୍ସା ହେବ ବୋଲି ସୂଚନା ଦେଇଛନ୍ତି । ତାଙ୍କ ପୋଷ୍ଟରେ ନବୀନ କହିଛନ୍ତି, “ମେଡିକାଲ ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ, ଚଳିତ ମାସ ୨୨ତାରିଖରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଆମ୍ବାନୀ ହସ୍ପିଟାଲରେ ମୁଁ ସର୍ଭିକାଲ ଆର୍ଥ୍ରାଇଟିସ ପାଇଁ ଏକ ଚିକିତ୍ସା ପ୍ରକ୍ରିୟାରେ ରହିବି । ତାଙ୍କର ବ୍ୟକ୍ତିଗତ ଚିକିତ୍ସିକ ଡାକ୍ତର ରାମାକାନ୍ତ ପଣ୍ଡା ମୁମ୍ବାଇରେ ଏହି ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାର ମୋର ଭାଇ ଓ ଭଉଣୀମାନଙ୍କର ଶୁଭେଚ୍ଛା ସହିତ, ମୁଁ ଶୀଘ୍ର ସୁସ୍ଥ ହୋଇ ଆପଣ ସମସ୍ତଙ୍କ ସେବା ପାଇଁ ଫେରି ଆସିବାକୁ ଆଶା କରୁଛି” ବୋଲି ନବୀନ ତାଙ୍କ ଅଫିସିଆଲ ‘ଏକ୍ସ’ରେ ସୂଚନା ଦେଇଛନ୍ତି । ନବୀନ ଦିନେ ଦୁଇଦିନ ମଧ୍ୟରେ ମୁମ୍ବାଇ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି ।

ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ପୃଷ୍ଠଭୂମି

୨୦୦୦ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନବୀନ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନାକୁ ଗୋପନ ରଖିବାକୁ ପସନ୍ଦ କରିଆସିଛନ୍ତି । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବିରୋଧୀ ଦଳ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା । ଯାହାପରେ ନବୀନ ନିଜେ ଭିଡିଓ ବାର୍ତ୍ତା ଜାରି କରି ତାଙ୍କ ସ୍ୱାସ୍ଥ୍ୟ ଭଲ ରହିଛି ବୋଲି ସ୍ପଷ୍ଟୀକରଣ ଦେଇଥିଲେ । ତେବେ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ମଝିରେ ମଝିରେ ଚର୍ଚ୍ଚା ଲାଗି ରହିଥାଏ ।

Advertisment

ସର୍ଭିକାଲ ଆର୍ଥ୍ରାଇଟିସ କ’ଣ?

ସର୍ଭିକାଲ ଆର୍ଥ୍ରାଇଟିସ ହେଉଛି ଗଳଦେଶର ମେରୁଦଣ୍ଡରେ ହେଉଥିବା ଏକ ଅବସ୍ଥା, ଯେଉଁଠାରେ ମେରୁଦଣ୍ଡର ହାଡ଼ ଓ ଗଣ୍ଠିଗୁଡ଼ିକରେ କ୍ଷୟ ହେବା ଦ୍ୱାରା ଯନ୍ତ୍ରଣା, ଅସୁବିଧା କିମ୍ବା ଗତିଶୀଳତାରେ ସମସ୍ୟା ଦେଖାଦେଇପାରେ । ଏହାର ଚିକିତ୍ସାରେ ଔଷଧ, ଫିଜିଓଥେରାପି, ଏବଂ କିଛି କ୍ଷେତ୍ରରେ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ । ଶ୍ରୀ ପଟ୍ଟନାୟକଙ୍କ ଚିକିତ୍ସା ପ୍ରକ୍ରିୟାର ବିଶେଷ ବିବରଣୀ ସାର୍ବଜନୀନ ହୋଇନଥିବାବେଳେ, ଏହା ଏକ ସାଧାରଣ ପ୍ରକ୍ରିୟା ହୋଇପାରେ ଯାହା ତାଙ୍କୁ ସୁସ୍ଥତା ଫେରାଇ ଆଣିବ ବୋଲି କୁହାଯାଉଛି ।

କୋକିଲାବେନ ହସ୍ପିଟାଲର ସ୍ୱତନ୍ତ୍ରତା

ମୁମ୍ବାଇର ଅନ୍ଧେରୀ ୱେଷ୍ଟରେ ଥିବା ‘କୋକିଲାବେନ ଧୀରୁଭାଇ ଆମ୍ବାନୀ ହସ୍ପିଟାଲ’ ହେଉଛି ଭାରତର ଅନ୍ୟତମ ଉନ୍ନତ ଚିକିତ୍ସା କେନ୍ଦ୍ର । ୨୦୦୯ ମସିହାରେ ପ୍ରତିଷ୍ଠିତ ଏହି ହସ୍ପିଟାଲ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପରିଚାଳିତ । ଡାକ୍ତର ରାମାକାନ୍ତ ପଣ୍ଡା, ଯିଏକି ଜଣେ ଓଡ଼ିଆ ଏବଂ ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଭାବେ ପରିଚିତ, ସେ ଦୀର୍ଘଦିନ ଧରି ଶ୍ରୀ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥାର ତଦାରଖ କରୁଥିବା ଜଣାପଡ଼ିଛି ।

Naveen Patnaik