/odisha-reporter/media/post_attachments/uploadimage/library/16_9/16_9_0/Naxal_1694235234.jpg)
Naxal
ମଝି ଜଙ୍ଗଲରେ ଗୀତର ତାଳେ ତାଳେ ବନ୍ଧୁକ ଧରି ଝୁମିଲେ ନକ୍ସଲ। ଯାହାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାରେ।
Advertisment
ଭିଡିଓରେ ନକ୍ସଲମାନେ ୟୁନିଫର୍ମ ପିନ୍ଧି ବନ୍ଧୁକ ଧରି ନାଚୁଛନ୍ତି। ପରସ୍ପରର ହାତ ଧରି କୌଣସି ଏକ ଗୀତରେ ନାଚୁଥିବାର ଦେଖିବାକୁ ମିଳୁଛି। ଏଥିରେ କିଛି ସାଧାରଣ ଲୋକେ ସାମିଲ ହୋଇଛନ୍ତି। କିଛି ପୁରୁଷ ଓ ମହିଳା ନକ୍ସଲ ନାଚୁଥିବା ବେଳେ ଅନ୍ୟ କିଛି ନକ୍ସଲମାନେ ବନ୍ଧୁକ ଧରି ପାଖରେ ଠିଆ ହୋଇଛନ୍ତି। ଆଉ କିଛି ନକ୍ସଲ ବାଜା ବଜାଉଛନ୍ତି।
ଯେତେବେଳେ ନକ୍ସଲ ମାନେ କୌଣସି ଅଘଟଣ ଘଟାନ୍ତି ଓ ଏଥିରେ ସଫଳତା ହାସଲ କରନ୍ତି ସେତେବେଳେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ ବୋଲି ସୂଚନା ରହିଛି। ତେବେ ନୃତ୍ୟ କରୁଥିବା ନକ୍ସଲମାନେ କେଉଁ ସଂଗଠନର ଜଣାପଡ଼ି ନାହିଁ। କୌଣସି ନକ୍ସଲ ସଂଗଠନ ପକ୍ଷରୁ ଏନେଇ ମଧ୍ୟ କୌଣସି ସ୍ପଷ୍ଟ କରାଯାଇ ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
