Advertisment

ଗୁଳି ବିନିମୟ ପରେ ନକ୍ସଲଙ୍କ ଛତ୍ରଭଙ୍ଗ; ବିପୁଳ ବିସ୍ଫୋରକ ଜବତ

ନଳୀକୁମ୍ପା ଜଙ୍ଗଲରେ କୁଲବେଡ଼ା ଜଙ୍ଗଲରେ ମାଓ ଶିବିର ଚାଲିଥିବା ପୁଲିସ ସୂଚନା ପାଇଥିଲା।

Naxal

Naxal

Advertisment

ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ତେବେ କିଛି ଘଣ୍ଟା ଧରି ଗୁଳି ବିନିମୟ ଚାଲିବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ପୁଲିସ୍ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି।

Advertisment

ନଳୀକୁମ୍ପା ଜଙ୍ଗଲରେ କୁଲବେଡ଼ା ଜଙ୍ଗଲରେ ମାଓ ଶିବିର ଚାଲିଥିବା ନେଇ ସୂଚନା ପାଇବା ପରେ ଆଜି ସକାଳେ ପୁଲିସ୍ ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ସମୟରେ ନକ୍ସଲଙ୍କ ସହିତ ପୁଲିସର  ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ କିଛି ଘଣ୍ଟା ଧରି ଗୁଳିବିନିୟମ ହୋଇଥିଲା। ପ୍ରାୟ କିଛି ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହା ପରେ ନକ୍ସଲମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।

ପୁଲିସ ଗୋଟିଏ ନକ୍ସଲ କ୍ୟାମ୍ପ ଧ୍ୱଂସ କରିଥିବା ସୂଚନା ରହିଛି। ଏହି କ୍ୟାମ୍ପରେ ୨୫ରୁ ୩୦ ନକ୍ସଲ ଥିଲେ ବୋଲି ସୂଚନା ରହିଛି। ଘଟଣାସ୍ଥଳରୁ ଲ୍ୟାଣ୍ଡମାଇନ୍, ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

Advertisment
Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe