Advertisment

ଜଙ୍ଗଲ ଭିତରେ ବଙ୍କରରେ ରହୁଥିଲା ନକ୍ସଲ ନେତା ମିଶିର ବେଶ୍ରା

ବଙ୍କରେ ଆଲୋକୀକରଣ ପାଇଁ ଲାଗିଥିଲା ଜେନେରେଟର ସହ ସୋଲାର ସିଷ୍ଟମ୍‌। ମହଜୁଦ୍ ରହିଥିଲା ଖାଦ୍ୟପେୟ ସହ ପର୍ଯ୍ୟାପ୍ତ ଔଷଧ, ବ୍ୟାପକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଗୁଳିଗୋଳା। ମିଶିର ରହୁଥିବା ବଙ୍କର ଭିତରକୁ କାହାକୁ ନଥିଲା ଅନୁମତି।

author-image
Manoranjan Sial
Naxal

Naxal

ଝାଡ଼ଖଣ୍ଡ ଚାଇଁବାସାରେ ନକ୍ସଲଙ୍କ ଗୁପ୍ତ ଆଡ୍ଡା। ଜଙ୍ଗଲରେ ଭିତରେ ଆତଙ୍କବାଦୀଙ୍କ ଷ୍ଟାଇଲରେ ବଙ୍କର ତିଆରି କରି ସୁରକ୍ଷାକର୍ମୀଙ୍କୁ ଦେଉଥିଲେ ଚକମା। ଗୋଟିଏ କି ଦୁଇଟି ନୁହେଁ, ୧୧ଟି ବଙ୍କର ତିଆରି କରିଥିଲା ନକ୍ସଲ ସଂଗଠନ। ଯାହାର ମାଷ୍ଟରମାଇଣ୍ଡ ଥିଲା ମୋଷ୍ଟୱାଣ୍ଟେଡ୍‌ ନକ୍ସଲ ନେତା ମିଶିର ବେଶ୍ରା। ଅପରେସନ ପରଠୁ ସହଯୋଗୀଙ୍କ ସହ ମିଶିର ଖସି ଯାଇଛି।

Advertisment

ବଙ୍କରେ ଆଲୋକୀକରଣ ପାଇଁ ଲାଗିଥିଲା ଜେନେରେଟର ସହ ସୋଲାର ସିଷ୍ଟମ୍‌। ମହଜୁଦ୍ ରହିଥିଲା ଖାଦ୍ୟପେୟ ସହ ପର୍ଯ୍ୟାପ୍ତ ଔଷଧ, ବ୍ୟାପକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଗୁଳିଗୋଳା। ମିଶିର ରହୁଥିବା ବଙ୍କର ଭିତରକୁ କାହାକୁ ନଥିଲା ଅନୁମତି। ବାହାରେ ୨୪ ଘଣ୍ଟିଆ ସଶସ୍ତ୍ର ପହରା ଦେଉଥିଲେ ସହଯୋଗୀ ନକ୍ସଲ। ଆଉ ମିଶିର ବଙ୍କର ଭିତରେ ରହି ଚଳାଉଥିଲା ମାଓବାଦର ଗୋଟି ଚାଳନା।

ଏହି ସୂଚନା ପାଇ ଗତ ୮ରୁ ୧୧ ତାରିଖ ଯାଏଁ ସିଆରପିଏଫ୍‌, ଝାଡ଼ଖଣ୍ଡ ପୁଲିସ, କୋବ୍ରା ବାହିନୀ ଓ ଝାଡ଼ଖଣ୍ଡ ଜାଗୁଆର ୱେଷ୍ଟ ସିଂଭୂମରେ ଚଳାଇଥିଲେ ମିଳିତ ଅପରେସନ। ଆଉ ସେହି ସର୍ଚ୍ଚ ଅପରେସନ ବେଳେ ବଙ୍କରକୁ ଧ୍ୱଂସ କରି ପାଇଥିଲେ ବଡ଼ ସଫଳତା। କିନ୍ତୁ ଅଧଘଣ୍ଟାର ଏହି ଗୁଳି ବିନିମୟରେ ସହିଦ ହୋଇଯାଇ ଥିଲେ ଓଡ଼ିଆ ସିଆରପିଏଫ୍‌ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ।

Advertisment

ମିଶିର ବେଶ୍ରା ହେଉଛି ସିପିଆଇ ମାଓବାଦୀ ସଂଗଠନର ସେଣ୍ଟ୍ରାଲ୍‌ କମିଟି ସଦସ୍ୟ ଓ ପୂର୍ବାଞ୍ଚଳ ଜୋନ ପ୍ରମୁଖ। ଝାଡ଼ଖଣ୍ଡ ସମେତ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଭଳି ୭ଟି ରାଜ୍ୟ ପାଇଁ ସେ ଥିଲା ମୋଷ୍ଟୱାଣ୍ଟେଡ। ମିଶିରର ମୁଣ୍ଡ ପାଇଁ ରହିଛି ୧ କୋଟି ଟଙ୍କା। ୨୦୧୮ ପୂର୍ବରୁ ଓଡ଼ିଶାରେ ମଧ୍ୟ ଥିଲା ତା’ର ଦବଦବା। ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ଼ ଡିଭିଜନ ତିଆରି କରି ଭିଆଇଥିଲା ଲାଲହିଂସା। ଓଡ଼ିଶା ପୁଲିସ ମଧ୍ୟ ତା’ ମୁଣ୍ଡ ପାଇଁ ରଖିଛି ୨୦ ଲକ୍ଷ ଟଙ୍କାର ପୁରସ୍କାର। ତେବେ ଡିଭିଜନ ଭାଙ୍ଗିଯିବା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲକୁ ଯାଇ ଆରମ୍ଭ କରିଥିଲା ସାମ୍ରାଜ୍ୟ। ଏବେ ଏହି ହିଂସା ପରେ ସର୍ଚ୍ଚ ଅପରେସନ ଜୋରଦାର ହେଉଥିବାରୁ କାଳେ ମିଶିର ବେଶ୍ରା ଆଣ୍ଡ କୋ ସୀମାନ୍ତ ଡେଇଁ ଓଡ଼ିଶାକୁ ଚାଲିଆସିବେ, ସେଥିପାଇଁ ସୁରକ୍ଷା କର୍ମୀଙ୍କୁ ସତର୍କ କରିଛି ରାଜ୍ୟ ଗୁଇନ୍ଦା ବିଭାଗ।

ତେବେ ଏହି ବଙ୍କର ଓ ଶିବିରରୁ ଜବତ ମୋର୍ଟାର, ରକେଟ୍ ଲଞ୍ଚର ଭଳି ଅସ୍ତ୍ରଶସ୍ତ୍ର କେଉଁଠୁ ଆସିଥିଲା? ଏସବୁ ତିଆରି କରିବାରେ ସିଦ୍ଧହସ୍ତ ବ୍ୟକ୍ତି କିଏ? ନିଜ ଆଡୁ ଏସବୁର ଖୋଳତାଡ଼ କରୁଛି NIA। ସେହିପରି ଅଳ୍ପକେ ବର୍ତ୍ତିଯାଇଥିବା ମିଶିର୍ ସହ ୧୦ ଟପ୍‌ ନକ୍ସଲ ନେତାଙ୍କ ସହ ଆଉ କେଉଁ ନକ୍ସଲ ସଂଗଠନର ଲିଙ୍କ ରହିଛି? ସେନେଇ ଝାଡ଼ଖଣ୍ଡ ପୁଲିସ ମଧ୍ୟ ଛାନଭିନ ଜାରି ରଖିଛି।

Naxal