Advertisment

ଉଦ୍‌ଘାଟନ ପୂର୍ବରୁ ନେତାଜୀ ବସ୍‌ ଟର୍ମିନାଲକୁ ନେଇ ବିବାଦ, ନିଯୁକ୍ତିରେ ସ୍ଥାନୀୟ ଲୋକଙ୍କୁ ଉପେକ୍ଷା

ଏହି ପ୍ରସଙ୍ଗରେ ହେଉଥିବା ପ୍ରତିବାଦରେ ସ୍ଥାନୀୟ ଲୋକ ଓ ସଂଗଠନ ସହିତ ସାମିଲ ହୋଇଛନ୍ତି ବିଜେଡି ନେତା।

author-image
Jitendra Garnayak
Netaji Bus Terminal

Netaji Bus Terminal

କଟକର ନେତାଜୀ ବସ୍‌ ଟର୍ମିନାଲକୁ ଆସନ୍ତା ୧୬ ତାରିଖରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ଉଦଘାଟନ ପୂର୍ବରୁ ଅଡୁଆ ସୂତାରେ ଛନ୍ଦି ହୋଇଯାଇଛି ଏହି ନବନିର୍ମିତ ଅତ୍ୟାଧୁନିକ ଟର୍ମିନାଲ। ଜୋର ଧରିଛି ବିରୋଧର ସ୍ୱର। ରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ ଓ ସ୍ଥାନୀୟ ବାସିନ୍ଦା। ଦାବି ହେଉଛି, ବସ୍ ଟର୍ମିନାଲର ବିଭିନ୍ନ ବିଭାଗରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦିଅ।

Advertisment

ସିଡିଏ ପକ୍ଷରୁ ଦିଲ୍ଲୀର ଏକ ଠିକା ସଂସ୍ଥା ଭାରତ ବିକାଶ ଗ୍ରୁପ୍‌କୁ ନିଯୁକ୍ତି ଦାୟିତ୍ୱ ଦିଆଯାଇଛି। ଏହି ସଂସ୍ଥା ଟର୍ମିନାଲର ଅନେକ ବିଭାଗରେ ନିଯୁକ୍ତ ଦେଇ ସାରିଲାଣି। କିନ୍ତୁ ନିଯୁକ୍ତିରେ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି।

ବଡ଼ କଥା ହେଉଛି, ଏହି ପ୍ରସଙ୍ଗକୁ ନେଇ ଆଜି ଯେଉଁ ପ୍ରତିବାଦ ହୋଇଥିଲା, ସେଥିରେ ଏକାଧିକ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା। ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ବିଜେଡିର କର୍ପୋରେଟର ଓ ସିଏମସିର ବିଭିନ୍ନ ପଦ ପଦବୀରେ ଥିବା ନେତା ଏଥିରେ ସାମିଲ ହୋଇଥିଲେ।

Advertisment

ତରବରିଆ ଭାବେ ନିଯୁକ୍ତି ନଦେଇ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦେବାର ଆବଶ୍ୟକତା ଥିଲା ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ।

ଗତ ଶୁକ୍ରବାର ଏହି ପ୍ରସଙ୍ଗରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ସମର୍ଥକ ଓ କିଛି ବିଜେଡି ନେତା ମଧ୍ୟ ସମାନ ଦାବି କରି ସିଏମସି ମେୟର ଓ କମିଶନରଙ୍କୁ ଘେରିଥିଲେ।

କଟକ ମହାନଗର ନିଗମ (ସିଏମ୍‌ସି) ମେୟର ସୁବାସ ସିଂ କହିଛନ୍ତି, ଏ ସମସ୍ୟାର ସମାଧାନ କରାଯିବ। ସ୍ଥାନୀୟ ପିଲା ଯେମିତି ନିଯୁକ୍ତି ପାଇବେ, ସେ ନେଇ ଆମେ ଦାବି ଉପସ୍ଥାପନ କରିବୁ।

ଅନ୍ୟପକ୍ଷରେ ନୂଆ ବସ୍ ଟର୍ମିନାଲର ଆହୁରି ଅନେକ କାମ ବାକି ଥିବା ବେଳେ ଏହାକୁ ସଂଯୋଗ କରୁଥିବା ରାସ୍ତା କାମ ମଧ୍ୟ ଶେଷ ହୋଇନାହିଁ। ବସ୍‌ଗୁଡ଼ିକ ଖାନନଗର ପଟେ ଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ରାସ୍ତା ସଂପ୍ରସାରଣ କାର୍ଯ୍ୟ ହୋଇନାହିଁ। ଆଗକୁ ଦୁର୍ଗାପୂଜା ଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ ନେତାଜୀ ବସ୍ ଟର୍ମିନାଲକୁ ଉଦଘାଟନ କରିବା ପାଇଁ ପ୍ରଶାସନ କାହିଁକି ଏତେ ବ୍ୟଗ୍ର, ତାହା ଜଣାପଡୁନାହିଁ।

BjD Bjd Leader Netaji Bus Terminal