Advertisment

ନନ୍ଦନକାନନକୁ ଆସିଲେ ନୂଆ ସଦସ୍ୟ, ଫିସିଂ କ୍ୟାଟ୍‌କୁ ଗ୍ରୀନ୍ ଇଗୁଆନା ବି ପହଞ୍ଚିଲେ

ନନ୍ଦନକାନନକୁ ଆସିଲେ ନୂଆ ସଦସ୍ୟ। ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନା ଏବଂ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ପଶୁ ଅଦଳବଦଳ ପ୍ରକ୍ରିୟା ସଫଳ ହୋଇଛି।

author-image
Niharika Rout
new animal in nandankanan

new animal in nandankanan

ନନ୍ଦନକାନନକୁ ଆସିଲେ ନୂଆ ସଦସ୍ୟ। ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନା ଏବଂ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ପଶୁ ଅଦଳବଦଳ ପ୍ରକ୍ରିୟା ସଫଳ ହୋଇଛି।

Advertisment

ଏହି ପ୍ରକ୍ରିୟା ଯୋଗୁ ନନ୍ଦନକାନନକୁ ଆସିଛନ୍ତି ୨ଟି ଜିରାଫ, ୨ଟି ଫିସିଂ କ୍ୟାଟ୍, ୮ଟି ଗ୍ରୀନ୍ ଇଗୁଆନା, ୨ଟି ସ୍ପୁନ୍ ବିଲ୍ସ ଚଢେଇ ଏବଂ ୬ଟି ୱାଟର ମନିଟର୍ ଲିଜାର୍ଡ।

ସେଇଭଳି ନନ୍ଦନକାନନରୁ ଗୋଟିଏ ବାଘ, ଦୁଇଟି ସିଂହ, ୨ଟି ହିମାଳୟାନ୍ କଳା ଭାଲୁ, ୨ଟି ହିପ୍ପୋ ଆଦି ଆଲିପୁର ଚିଡିଆଖାନାକୁ ପଠାଯିବ। ପ୍ରଥମ ପର୍ଯ୍ୟାୟରେ ଏହିସବୁ ପ୍ରାଣୀ ଅଦଳବଦଳ ହୋଇଛି।

Advertisment

ନନ୍ଦନକାନନକୁ ନୂଆ ପ୍ରାଣୀ ଆସିଥିବା ଖବର ଶୁଣି ଜୀବଜନ୍ତୁ ପ୍ରେମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହିତ ପରିଲକ୍ଷିତ ହୋଇଛି। ଫଳରେ ନନ୍ଦନକାନନରେ ଆହୁରି ନୂଆ ନୂଆ ଜୀବଙ୍କୁ ଦେଖିବାର ସୁଯୋଗ ମିଳିବ ବୋଲି ପର୍ଯ୍ୟଟକ କହିଛନ୍ତି।

Nandankanan Nandankanan Zoological Park