Advertisment

ନନ୍ଦନକାନନକୁ ଆସିଲେ ଆଲିପୁର ଚିଡ଼ିଆଖାନାରୁ ୨ଜିରାଫ୍

ଆଲିପୁର ଚିଡ଼ିଆଖାନାରୁ ଗତ ୩୧ ତାରିଖ ରାତିରେ ବାହାରିଥିବା ଜିରାଫକୁ ନେଇ ବାହାରିଥିବା ସ୍ୱତନ୍ତ୍ର କଣ୍ଟେନର୍ ୨୫ ଘଣ୍ଟାର ଅପରେସନ୍ ପରେ ନନ୍ଦନକାନନରେ ପହଞ୍ଚିଥିଲା।

giraffe

giraffe

Advertisment

ଭୁବନେଶ୍ୱରସ୍ଥିତ ନନ୍ଦନକାନନକୁ ଆସିଲେ ନୂଆ ଅତିଥି। କୋଲକାତା ଆଲିପୁର ଚିଡ଼ିଆଖାନାରୁ ଅଣାଯାଇଛି ଗୋଟିଏ ଯୋଡ଼ା ଜିରାଫ୍। ଦେଢ଼ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଈ ଜିରାଫ ଗତକାଲି ରାତିରେ ନନ୍ଦନକାନନରେ ଆସି ପହଞ୍ଚିଛନ୍ତି।

Advertisment

ଆଲିପୁର ଚିଡ଼ିଆଖାନାରୁ ଗତ ୩୧ ତାରିଖ ରାତିରେ ବାହାରିଥିବା ଜିରାଫକୁ ନେଇ ବାହାରିଥିବା ସ୍ୱତନ୍ତ୍ର କଣ୍ଟେନର୍ ୨୫ ଘଣ୍ଟାର ଅପରେସନ୍
ପରେ ନନ୍ଦନକାନନରେ ପହଞ୍ଚିଥିଲା। କୋଲକାତାରୁ ଭୁବନେଶ୍ୱର ଅଣାଯିବା ପାଇଁ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କଡ୍ରନ୍ କରାଯାଇଥିଲା। ଏହି ରୁଟରେ ଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧାର ଜିଲ୍ଲାପାଳ ଓ ଏସପି, DFOଙ୍କୁ ଟ୍ରାଫିକ କ୍ଲିଏରାନ୍ସ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ।

ଏହାପୂର୍ବରୁ ନନ୍ଦନକାନନରେ ଜିରାଫ୍- ଖୁସି ୨୦୧୨ରୁ ଅଛି। ତାକୁ ପଟନା ଚିଡ଼ିଆଖାନାରୁ ଅଣାଯାଇଥିଲା। ଆଗରୁ ୨୦୦୮ରେ ଆଲିପୁର ଚିଡ଼ିଆଖାନାରୁ ଏକ ଜିରାଫକୁ ଆଣିବାକୁ ଚେଷ୍ଟା କରିବା ପରେ ବି ଏହା ସଫଳ ହୋଇପାରିନଥିଲା। ସେହିପରି ୨୦୧୬ରେ ଥରେ ଆଲିପୁରରୁ ପୁରୁଷ
ଜିରାଫକୁ ଅଣାଯାଇଥିଲା। ତେବେ ନନ୍ଦନକାନନରେ ପହଞ୍ଚିବାର ମାତ୍ର ୬ ଦିନ ପରେ ତାର ମୃତ୍ୟୁ ହୋଇଥିଲା।

Advertisment
Bhubaneswar Elephant Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe