Advertisment

ଅଖା ଭିତରେ ଥିଲା ନବଜାତର ମୃତଦେହ, ଠାବ କଲେ ସଫେଇ କର୍ମଚାରୀ

ଶିଶୁପୁତ୍ରର ଶରୀରରେ ମେଡିକାଲ ସ୍ଲିପ୍ ଲାଗି ରହିଛି।

Baby

Baby

Advertisment

ରାୟଗଡ଼ା ବସ୍‌ଷ୍ଟାଣ୍ଡ ପାଖରୁ ମିଳିଛି ଜଣେ ନବଜାତ ଶିଶୁପୁତ୍ରର ମୃତଦେହ। ଅଖା ଭିତରୁ ଶିଶୁପୁତ୍ରର ମୃତଦେହକୁ ସଫେଇ କର୍ମଚାରୀ ଠାବ କରିଛନ୍ତି। ଶିଶୁପୁତ୍ରର ଶରୀରରେ ମେଡିକାଲ ସ୍ଲିପ୍ ଲାଗି ରହିଛି। ଦଙ୍ଗାସିଲ୍ ସ୍ୱାସ୍ଥ୍ୟକେନ୍ଦ୍ର ସହ ଶିଶୁଟିର ଜନ୍ମ ହୋଇଥିବା ବେଳେ ସ୍ଲିପରେ ବାପାମାଆଙ୍କ ନାଁ ବି ଲେଖା ହୋଇଛି। ତେବେ କେଉଁ ପରିସ୍ଥିତିରେ ପିଲାଟିର ମୃତ୍ୟୁ ହେଲା ଓ କିଏ ତାକୁ ଅଖାରେ ଭର୍ତ୍ତି କରି ଆଣି ଏଠାରେ ପକାଇଲା, ସେକଥା ଜଣାପଡ଼ିନି।

Advertisment

ଆଜି ସକାଳୁ ସକାଳୁ ସହରର ସଫେଇ କର୍ମଚାରୀମାନେ ସବୁ ଦିନ ଭଳି ସଫା କରିବା ପାଇଁ ବସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲେ। ସେମାନେ ସଫେଇ କରୁଥିବା ବେଳେ ରାସ୍ତା କଡ଼ ଅଳିଆ ଗଦା ଉପରେ ଗୋଟିଏ ଅଖା ବସ୍ତା ରହିଥିବା ଦେଖିବାକୁ ପାଇଥିଲେ। ତେବେ ବସ୍ତାଟି ଓଜନ ଲାଗିବାରୁ କିଛି ସଫେଇ କର୍ମଚାରୀ ଏହା ଭିତରେ କ’ଣ ଅଛି ବୋଲି ଜାଣିବାକୁ ଚେଷ୍ଟା କରିଥିଲେ।

ବସ୍ତା ଦେଖିଲା ବେଳକୁ ତା’ ଭିତରେ ଜଣେ ନବଜାତ ଶିଶୁପୁତ୍ରର ମୃତଦେହ ଦେଖି ସମସ୍ତେ ଚମକି ପଡ଼ିଥିଲେ। ସ୍ଥାନୀୟ ଲୋକ ଏ ସମ୍ପର୍କରେ ଜାଣିବା ପରେ ରାୟଗଡ଼ା ପୁଲିସକୁ ଖବର ଦିଆଯାଇଥିଲା।

Advertisment

ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଖା ବସ୍ତାକୁ ଯାଞ୍ଚ କରିଥିଲେ। ଏହି ସମୟରେ ପିଲାଟିର ଶରୀରରେ ଗୋଟିଏ ମେଡିକାଲ ସ୍ଲିପ ଲାଗିଥିବା ଦେଖିବାକୁ ମିଳିଥିଲା।

ଏଥିରେ ଥିବା ତଥ୍ୟ ଅନୁସାରେ ପିଲାଟି କାଶୀପୁର ବ୍ଲକ୍ ଡଙ୍ଗାସିଲ ସ୍ୱାସ୍ଥ କେନ୍ଦ୍ରର ଗତ ୧୬ ତାରିଖରେ ଜନ୍ମ ହୋଇଥିବା ଲେଖା ରହିଛି। ସେହିପରି ପିଲାଟିର ବାପାଙ୍କ ନାଁ ରମେଶ ମାଝୀ ଓ ମା’ଙ୍କ ନାଁ ରଶ୍ମୀ ମାଝୀ ଉଲ୍ଲେଖ କରାଯାଇଛି। ସେହିପରି ପିଲାଟିର ଘର ବାମନପୁଟ ବୋଲି ଲେଖାଯାଇଛି।

Rayagada Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe