Advertisment

ନବଜାତ ଶିଶୁ ପୁତ୍ରକୁ ନଦୀ ପଠାକୁ ଫିଙ୍ଗି ଦେଲେ!

ଉଦଳା ଥାନା ଅଠଣଗାଁ ଗାଁ ଦେଇ ବୋହି ଯାଇଛି ସୋନ ନଦୀ। ଏହି ନଦୀ ପଠାରେ ଆଜି ସକାଳେ କିଛି ମହିଳା ଗାଧୋଉ ଥିଲେ। ଠିକ୍‌ ସେହି ସମୟରେ ଜଣେ ବ୍ୟକ୍ତି ନଦୀ ପକାକୁ ଗୋଟିଏ ବ୍ୟାଙ୍ଗ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

Child

Child

Advertisment

ପରିବା ବ୍ୟାଗରେ ଭର୍ତ୍ତି କରି ନବଜାତ ଶିଶୁ ପୁତ୍ରକୁ ନଦୀ ପଠାକୁ ଫିଙ୍ଗି ଦେଲେ! ଛୁଆର କାନ୍ଦ ଶୁଣି ନଦୀରେ ଗାଧୋଉଥିବା ମହିଳାମାନେ ଉଠାଇ ଆଣିଲେ। ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଘଟିଛି। ତେବେ କିଏ ଓ କାହିଁକି ଫିଙ୍ଗିଲା ତାହା ଜଣାପଡ଼ି ନାହିଁ।

Advertisment

ଉଦଳା ଥାନା ଅଠଣଗାଁ ଗାଁ ଦେଇ ବୋହି ଯାଇଛି ସୋନ ନଦୀ। ଏହି ନଦୀ ପଠାରେ ଆଜି ସକାଳେ କିଛି ମହିଳା ଗାଧୋଉ ଥିଲେ। ଠିକ୍‌ ସେହି ସମୟରେ ଜଣେ ବ୍ୟକ୍ତି ନଦୀ ପକାକୁ ଗୋଟିଏ ବ୍ୟାଙ୍ଗ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ବ୍ୟାଗଟି ନଦୀ ପଠାରେ ଥିବା ବାଲି ଉପରେ ପଡ଼ିଥିଲା। ବ୍ୟାଗଟି ପଡ଼ିବା ପରେ ଛୁଆଟି କାନ୍ଦିଥିଲା। ଛୁଆର କାନ୍ଦ ଶୁଣି ନଦୀରେ ଗାଧୋଉଥିବା ମହିଳାମାନେ ବ୍ୟାଗ ପାଖକୁ ଯାଇଥିଲେ। ଆଉ ବ୍ୟାଗ ଖୋଲି ନବଜାତକ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ। ଏନେଇ ଚାଇଲଡ୍‌ଲାଇନକୁ ସୂଚନା ଦେଇଥିଲେ।

ଚାଇଲ୍‌ଡ ଲାଇନ୍‌ କର୍ମକର୍ତ୍ତା ଶିଶୁପୁତ୍ରକୁ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ଏବେ ଶିଶୁ ପୁତ୍ରକୁ ମେଡିକାଲ ଭେଣ୍ଟିଲେଟରରେ ଚିକିତ୍ସା କରାଯାଉଛି। ଶିଶୁ ପୁତ୍ରଟି ଆଜି ଜନ୍ମ ହୋଇଥିବା ବେଳେ ସିଏ ସମ୍ପୂର୍ଣ୍ଣ ସୁସ୍ଥ ଥିବା ମେଡ଼ିକାଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ତେବେ କିଏ ଓ କଣ ପାଇଁ ନବଜାତ ଶିଶୁ ପୁତ୍ରକୁ ଫିଙ୍ଗିଦେଲା, ତାହା ଜଣାପଡ଼ି ନାହିଁ।

Advertisment

ରିପୋର୍ଟ- ଉଦଳାରୁ ଅଭିଜିତ ବିଶ୍ୱାଳ

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe