/odisha-reporter/media/post_attachments/uploadimage/library/16_9/16_9_0/Baby_1691224874.jpg)
Baby
ପୁରୀ ଗୁଣ୍ଡିଚା ମନ୍ଦିର ନିକଟ ବସଷ୍ଟାଣ୍ଡରୁ ୨ମାସର ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ବସଷ୍ଟାଣ୍ଡ ଭିତରେ କିଏ ଏହି ମୃତ ଶିଶୁକନ୍ୟାକୁ ଟଏଲେଟ ନିକଟରେ ଫୋପାଡି ଦେଇ ଚାଲିଯାଇଛି।
Advertisment
ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। କୁମ୍ଭାରପଡା ପୁଲିସ ପହଞ୍ଚି ଶିଶୁକନ୍ୟାର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପୁରୀ ବଡ଼ ମେଡିକାଲକୁ ପଠାଇଛି। ଏହାସହ ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଗତ କିଛିଦିନ ତଳେ ତାଳବଣିଆ ଅଞ୍ଚଳରେ ୧ମାସରେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇ। ଶିଶୁପୁତ୍ରଟି ପୁରୀ ବଡଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
