Advertisment

ଜନ୍ମ ସିନା ଦେଇନାହାନ୍ତି, କିନ୍ତୁ ମାଆ ହୋଇ କ୍ଷୀର ପିଆଉଛନ୍ତି

ବୁର୍ଲା ଭୀମସାର ଅଧୀକ୍ଷକ ପ୍ରଫେସର ଲାଲ ମୋହନ ନାୟକ କହିଛନ୍ତି, ଶିଶୁର ଅବସ୍ଥା ସ୍ଥିର ରହିଛି। ପଛ ପାର୍ଶ୍ୱରେ ଥିବା ଘାଆ ଶୁଖି ଗଲାଣି। ତେବେ ଗୋଟିଏ ଘାଆ ଶିଖିନି। ସେଥିପାଇଁ ଡ୍ରେସିଂ ଚାଲିଛି। ଶୀଘ୍ର ଘାଆ ଶୁଖିଯିବ ବୋଲି ଆଶା କରୁଛୁ।

Child

Child

Advertisment

ଜନ୍ମ ସିନା ଦେଇନାହାନ୍ତି। କିନ୍ତୁ ମାଆ ହୋଇ କ୍ଷୀର ପିଆଉଛନ୍ତି। ନିଜ ମାଆ ଭାବି ମେଡ଼ିକାଲ୍‌ ଏନ୍‌ଏନ୍‌ସିୟୁରେ ଥିବା ନବଜାତ ଶିଶୁକନ୍ୟା କ୍ଷୀର ପିଉଛି। ଆଉ ଧୀରେ ଧୀରେ ସୁସ୍ଥ ହେଉଛି। ଦେହର କ୍ଷତ ଶୁଖୁଛି। ହାତ ଓ ଗୋଡ଼ ହଲାଉଛି। ମଝିରେ ମଝିରେ ରାହା ଧରି କାନ୍ଦୁଛି। ଇଏ ହେଉଛି ବୋରୱେଲରୁ ନୂଆ ଜୀବନ ପାଇଥିବା କୁନି ଝିଅର କଥା।

Advertisment

କିଛି ଦିନ ତଳେ ସମ୍ବଲପୁର ଜିଲ୍ଲା ଲାରିପାଲି ଜଙ୍ଗଲ ଭିତରେ ଥିବା ଏକ ବୋରୱେଲରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଥିଲା। ଶିଶୁକୁ ବୁର୍ଲା ଭୀମସାର SNCUରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଇଥିଲା। ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଧୀରେ ଧୀରେ ସୁସ୍ଥ ହେଉଛି କୁନିଝିଅ। ତାଙ୍କୁ ଅନ୍ୟମାନେ ସ୍ତନ୍ୟପାନ କରାଉଛନ୍ତି। କୁନି ଝିଅଟି ନିଜ ମାଆ ଭାବେ କ୍ଷୀର ଖାଉଛି। ଯାହାଫଳରେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି। ଶିଶୁକୁ ଆଉ ୧୦ରୁ ୧୫ ଦିନ ପର୍ଯ୍ୟନ୍ତ ଏସ୍‌ଏନ୍‌ସିୟୁରେ ରଖାଯିବ ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି।

ବୁର୍ଲା ଭୀମସାର ଅଧୀକ୍ଷକ ପ୍ରଫେସର ଲାଲ ମୋହନ ନାୟକ କହିଛନ୍ତି, ଶିଶୁର ଅବସ୍ଥା ସ୍ଥିର ରହିଛି। ପଛ ପାର୍ଶ୍ୱରେ ଥିବା ଘାଆ ଶୁଖି ଗଲାଣି। ତେବେ ଗୋଟିଏ ଘାଆ ଶିଖିନି। ସେଥିପାଇଁ ଡ୍ରେସିଂ ଚାଲିଛି। ଶୀଘ୍ର ଘାଆ ଶୁଖିଯିବ ବୋଲି ଆଶା କରୁଛୁ। ଆଗ ଅପେକ୍ଷା ଖାଇବା ବଢ଼ିଛି। ଅନ୍ୟ ମାଆମାନେ ତାକୁ କ୍ଷୀର ଦାନ କରୁଛନ୍ତି। ଏହାଛଡ଼ା ବୋତଲ କ୍ଷୀର ବ୍ୟବସ୍ଥା ମଧ୍ୟ କରାଯାଇଛି। ଛୁଆର ଝାଡ଼ା ଓ ପରିଶ୍ରା ଠିକ୍‌ଠାକ ହେଉଛି। ଅକ୍ସିଜେନ୍‌ କାଢ଼ି ଦିଆଯାଇଛି। କନ୍ଦାକଟା ଓ ହାତଗୋଡ଼ ହଲାଉଛି। କିଛି ସମସ୍ୟା ନାହିଁ ବୋଲି ପ୍ରଫେସର ନାୟକ କହିଛନ୍ତି।

Advertisment
Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe