Advertisment

‘ବୋରୱେଲରୁ ଉଦ୍ଧାର ନବଜାତ ଶିଶୁକନ୍ୟା ଅବସ୍ଥା ଜଟିଳ, ଆଗାମୀ ୭ ଦିନ ଗୁରୁତ୍ୱପୂର୍ଣ୍ଣ’

ଆଗାମୀ ୫/୭ ଦିନ ଶିଶୁକନ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଭୀମସାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Rescued Baby

Rescued Baby

Advertisment

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର କରାଯାଇଥିବା ନବଜାତ ଶିଶୁକନ୍ୟାର ଅବସ୍ଥା ଜଟିଳ ରହିଛି। ଭୀମସାର କର୍ତ୍ତୃପକ୍ଷ ଆଜି ଏହି ସୂଚନା ଦେଇଛନ୍ତି। ବୁର୍ଲା ବଡ଼ ଡାକ୍ତରଖାନା ଏସଏନସିୟୁରେ ଶିଶୁକନ୍ୟାଟିର ଚିକିତ୍ସା ଚାଲିଛି।

Advertisment

ଭୀମସାର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହିଛି। ଶାରୀରିକ ଆଘାତ ଓ ସଂକ୍ରମଣ ଯୋଗୁଁ ଅବସ୍ଥା ଗୁରୁତର ରହିଛି। ଶିଶୁକନ୍ୟାଟି ICUରେ ଚିକିତ୍ସାଧୀନ ରହିଛି। ତାର ସାମାନ୍ୟ ରକ୍ତସ୍ରାବ ହୋଇଛି। ଆଗାମୀ ୫/୭ ଦିନ ଶିଶୁକନ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଭୀମସାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଶିଶୁକନ୍ୟାଟିକୁ ଫିଙ୍ଗି ଦେଇଥିଲା। କଅଁଳା ଶିଶୁର କାନ୍ଦ ଶୁଣି କିଛି ଲୋକ ବୋରୱେଲ ଭିତରେ ଶିଶୁଟିଏ ପଡ଼ିଛି ବୋଲି ଜାଣିପାରିଥିଲେ। ଏନେଇ ଖବର ପୁଲିସକୁ ଖବର ଦେଇଥିଲେ। ଏହା ପରେ ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଥିଲା। ବୋରୱେଲରେ ପଡ଼ିଥିବା ଜଣାପଡ଼ିବାର ସାଢ଼େ ୬ ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଥିଲା। ପରେ ଶିଶୁକନ୍ୟାଟିକୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisment
Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe