Advertisment

ବୋରୱେଲରେ ଫିଙ୍ଗି ଦିଆଯାଇଥିବା ନବଜାତ ଶିଶୁ ଉଦ୍ଧାର

ପାଖାପାଖି ୧୫ ବର୍ଷ ହେଲା ସେହି ବୋରୱେଲଟି ଖୋଳାଯାଇଥିଲା। ପାଣି ନଆସିବାରୁ ଅଧାରେ ବନ୍ଦ ରଖାଯାଇଥିଲା।

ଅଦ୍ୟତନ ହୋଇଛି
Rescue

Rescue

Advertisment

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଛୁଆଟି ବୋରୱେଲରେ ପଡ଼ିଥିବା ଜଣାପଡ଼ିବାର ସାଢ଼େ  ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଛି। ଉଦ୍ଧାର ହେବା ପରେ ଛୁଆଟିକୁ ଡାକ୍ତରଖାନା ନିଆଯାଇଛି।

Advertisment

ସମୟ ପ୍ରାୟ ଅପରାହ୍ଣ ୩ଟା। ଲାରିପାଲି ଜଙ୍ଗଲରେ ଥିବା ଉକ୍ତ ପରିତ୍ୟକ୍ତ ବୋରୱେଲ ଭିତରୁ ଶୁଣିବାକୁ ମିଳିଥିଲା କଅଁଳା ଶିଶୁର କାନ୍ଦ। କାନ୍ଦ ଶୁଣି କିଛି ଲୋକ ବୋରୱେଲ ଭିତରେ ଶିଶୁଟିଏ ପଡ଼ିଛି ବୋଲି ଜାଣିପାରିଲେ। ଖବର ପହଞ୍ଚିଲା ପୁଲିସ ଓ ପ୍ରଶାସନ ପାଖରେ। ଏହା ପରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ୍।

ଘଟଣାସ୍ଥଳରେ ପହଞ୍ଚିଥିଲା ତିନିଟି ଜେସିବି। ପୁଲିସ, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ବି ପହଞ୍ଚିଥିଲେ। ପରେ ପରେ ଅକ୍ସିଜେନ୍ ଓ ଆମ୍ବୁଲାନ୍ସ ସହ ଡାକ୍ତର ଆସିଥିଲେ। ବିଳମ୍ବ ନକରି ପ୍ରଥମେ ପାଇପରେ ବୋରୱେଲ ଭିତରକୁ ଅକ୍ସିଜେନ୍ ଦିଆଯାଇଥିଲା। ପାଇପ ଭିତରେ ଜାକି ହୋଇ ରହିଥିବା ଛୁଆଟିର ମୁଣ୍ଡ ତଳକୁ ଥିଲା। ହେଲେ ପିଲାଟି କାନ୍ଦୁଥିବାରୁ ବଢିଥିଲା ଆଶା।

Advertisment

ବୋରୱେଲର ଫୁଟେ ଦୂରରେ ସମାନ୍ତରାଳ ଭାବେ ମାଟି ଖୋଳିଥିଲା ଜେସିବି। ରାତି ହୋଇଯିବାରୁ ଜେନେରେଟର ଆଣି ଲାଇଟ୍ ଲଗାଯାଇଥିଲା। ଶୀତ ହେଉଥିବାରୁ ଏକ ଶହେ ୱାଟ ବଲ୍‌ ବୋରୱେଲରେ ଲଗାଯାଇଥିଲା, ଯେମିତି ଛୁଆଟିକୁ ଶୀତ ହେବ ନାହିଁ। ଜେସିବି ମାଟି ଖୋଳିବା ପରେ ଶାବଳ ଓ କୋଦାଳ ମାଟି ଖୋଳାଯାଇଥିଲା।

ମାଟି ଖୋଳା ଶେଷହେବା ପରେ ଲୁହା ପାଇପକୁ କାଟିବା କାମ ଆରମ୍ଭ କରାଯାଇଥିଲା। ବିଦ୍ୟୁତ୍ ଚାଳିତ କଟର ସାହାଯ୍ୟରେ ଲୁହା ପାଇପକୁ କଟା ଯାଇଥିଲା। ତା’ ଭିତରେ ଆରିରେ ମଧ୍ୟ ଲୁହା ପାଇପକୁ କଟାଯାଇଥିଲା। ସେଥିପାଇଁ ଅତି ସତର୍କତା ଅବଲମ୍ବନ କରଯାଇଥିଲା,ଯେପରି ଶିଶୁଟିକୁ ସାମାନ୍ୟତମ ଆଘାତ ନଲାଗିବ। ତା’ ମଧ୍ୟରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଘଟଣାସ୍ଥଳକୁ ଏକ ଭିକ୍ଟିମ ଲୋକେସନ କ୍ୟାମେରା ପଠାଯାଇଥିଲା। କ୍ୟାମେରା ସହ ଜଣେ ଟେକ୍ନିସିଆନଙ୍କୁ ପଠାଯାଇଥିଲା। ଶିଶୁଟି କେମିତି ଅଛି, ତାହା ଜାଣିବାରେ ଭିକ୍ଟିମ ଲୋକେସନ କ୍ୟାମରେ ଜଣାଇ ପାରିବ ବୋଲି ସେଇଟିକୁ ପଠାଯାଇଥିଲା।

ସୂଚନା ଅନୁସାରେ, ପାଖାପାଖି ୧୫ ବର୍ଷ ହେଲା ସେହି ବୋରୱେଲଟି ଖୋଳା ଯାଇଥିଲା। ପାଣି ନଆସିବାରୁ ଅଧାରେ କାମ ବନ୍ଦ କରି ଦିଆଯାଇଥିଲା। ସେବେଠୁ ସେମିତି ତାହା ମୁକୁଳା ପଡିଥିଲା। ଜନବସତି ଠାରୁ ଦୂରରେ ରହିଥିବାରୁ କାହାର ଏଥିପ୍ରତି ଦୃଷ୍ଟିନଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

New Born Baby
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe