Advertisment

ମଝି ଆକାଶରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି; ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ବିମାନ

ବିମାନଟି ୧୮୦ ଜଣ ଯାତ୍ରୀଙ୍କୁ ନେଇ ଭୁନେଶ୍ୱରରୁ ନୂଆଦିଲ୍ଲୀକୁ ଉଡାଣ କରିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
flight

flight

ମଝି ଆକାଶରୁ ଫେରି ଆସିଲା ବିମାନା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଭୁବନେଶ୍ୱର-ନୂଆଦିଲ୍ଲୀ ଇଣ୍ଡିଗୋ ବିମାନ।

Advertisment

ଆଜି ସକାଳ ୭ଟା ୫୦ରେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ପାଇଁ ଉଡ଼ିଥିଲା ଇଣ୍ଡିଗୋର 6E 2065 ବିମାନା ତେବେ ଉଡ଼ାଣ କରିବାର ୨୦ରୁ ୨୫ ମିନିଟ୍‌ ଭିତରେ ‌ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏଥିପାଇଁ ପାଇଲଟ୍ ବିମାନଟିକୁ ଭୁବନେଶ୍ୱର ବିମାନ ବନ୍ଦରକୁ ପୁଣି ଫେରାଇ ଆଣିଥିଲେ। ଏହାସହ ଯାତ୍ରୀମାନଙ୍କୁ ବିମାନରୁ ଉହ୍ଲାଇଯିବାକୁ କୁ଼ହାଯାଇଥିଲା।

ଏହି ବିମାନଟି ଆଉ ଉଡ଼ାଣ କରିବ ନାହିଁ ବୋଲି ସୂଚନା ମିଳିଛି। ଯାତ୍ରୀମାନେ କିପରି ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ଓ ଇଣ୍ଡିଗୋ ପକ୍ଷରୁ ଏନେଇ କ’ଣ ବ୍ୟବସ୍ଥା କରାଯାଉଛି ତାହା ମଧ୍ୟ ଜଣାପଡ଼ି ନାହିଁ। ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ଯାତ୍ରୀମାନେ। 

Advertisment

ବିମାନଟି ୧୮୦ ଜଣ ଯାତ୍ରୀଙ୍କୁ ନେଇ ଭୁନେଶ୍ୱରରୁ ନୂଆଦିଲ୍ଲୀକୁ ଉଡାଣ କରିଥିଲା।  ବିମାନରେ ପକ୍ଷୀମାଡ଼ ହେବାଯୋଗୁ ଏପରି ସମସ୍ୟା ଦେଖାଯାଇଥିବା ସୂଚନା ମିଳିଛି।

Bhubaneswar Flight Service