Advertisment

ଭୁବନେଶ୍ୱରକୁ ସବୁଜ ସୁନ୍ଦର ରଖିବାକୁ ନୂଆ ପ୍ରୟାସ

ସବୁ ଗଛକୁ ମାଟିର ଗଭୀରରୁ ଆବଶ୍ୟକ ପରିମାଣର ଉପାଦାନ ସହ ସୂର୍ଯ୍ୟକିରଣ ବି ମିଳିପାରିବ। ସହରାଞ୍ଚଳର ସ୍ୱଳ୍ପ ଜାଗାରେ ଏହି ପଦ୍ଧତି ଦ୍ୱାରା ତିଆରି କରାଯାଇପାରିବ ଘଞ୍ଚ ଜଙ୍ଗଲ।

Bhubaneswar

Bhubaneswar

Advertisment

ରାଜଧାନୀରେ ସୃଷ୍ଟି କରାଯିବ ଘଞ୍ଚ ଜଙ୍ଗଲ। ଜାପାନର ମିୟାୱାକି ପଦ୍ଧତିରେ ସୃଷ୍ଟି ହେବ ନଗର ବନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ମା' ପାଇଁ ଗଛଟିଏ' କାର୍ଯ୍ୟକ୍ରମ ଅନ୍ତର୍ଗତ ଭୁବନେଶ୍ୱରକୁ ସବୁଜ ଓ ସୁନ୍ଦର ସହରରେ ପରିଣତ କରିବାକୁ ବିଏମସି ଓ ନଗର ବନଖଣ୍ଡ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ।

Advertisment

ପାତ୍ରପଡ଼ା ରଜ ପଡ଼ିଆଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼କ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ଆଗାମୀ ଦିନରେ ମହାନଗର ନିଗମ ଆଞ୍ଚଳରେ ଚିହ୍ନଟ ହୋଇଥିବା ୯ଟି ସ୍ଥାନରେ କରାଯିବ ଏଭଳି ଘଞ୍ଚ ଜଙ୍ଗଲ। ଜାପାନରେ ବ୍ୟବହାର କରାଯାଉଥିବା ମିୟାୱାକି ଏକ ସ୍ୱତନ୍ତ୍ର ପଦ୍ଧତି। ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଛୋଟରୁ ବଡ଼ ଯାଏ ବିଭିନ୍ନ ଧରଣର ଗଛ ଲଗାଯାଏ। ଯାହାଫଳରେ ଏକ ଘଞ୍ଚ ବନାନୀ ସୃଷ୍ଟି ହୋଇପାରିବ।

ସବୁ ଗଛକୁ ମାଟିର ଗଭୀରରୁ ଆବଶ୍ୟକ ପରିମାଣର ଉପାଦାନ ସହ ସୂର୍ଯ୍ୟକିରଣ ବି ମିଳିପାରିବ। ସହରାଞ୍ଚଳର ସ୍ୱଳ୍ପ ଜାଗାରେ ଏହି ପଦ୍ଧତି ଦ୍ୱାରା ତିଆରି କରାଯାଇପାରିବ ଘଞ୍ଚ ଜଙ୍ଗଲ।

Advertisment
Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe