Advertisment

ଶ୍ରୀଜିଉଙ୍କୁ ଦର୍ଶନ କଲେ ନୂଆ ରାଜ୍ୟପାଳ

ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ୍ ଅନୁଯାୟୀ Z+ ସୁରକ୍ଷା ପ୍ରଦାନ କରାଯାଇଛି।

ଅଦ୍ୟତନ ହୋଇଛି
puri

puri

Advertisment

ଶ୍ରୀଜିଉଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ଆସନ୍ତକାଲି ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତିା ଆଜି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି। 

Advertisment

 ପୁରୀ ରେଳ ଷ୍ଟେସନରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।  

ଆଜି ନୂଆ ରାଜ୍ୟପାଳ ଭୁବନେଶ୍ୱର ଫେରି ରାଜଭବନରେ ରାତ୍ରିଯାପନ କରିବେ। ଆସନ୍ତାକାଲି ସକାଳ ୮ଟା ୪୫ ମିନିଟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି।

Advertisment

ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ରାଜ୍ୟପାଳଙ୍କର ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ତାଙ୍କ ସହ ଓଡ଼ିଶା ଆସିଛନ୍ତି। ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ୍ ଅନୁଯାୟୀ Z+ ସୁରକ୍ଷା ପ୍ରଦାନ କରାଯାଇଛି।

ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ନୂଆ ରାଜ୍ୟପାଳ ରଘୁବର ଦାସ କହିଛନ୍ତି, ଓଡ଼ିଶାର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦେବି। ‘ମୁଁ ବହୁତ ଭାଗ୍ୟଶାଳୀ ଓଡ଼ିଶାର ଜନତାଙ୍କର ସେବା କରିବାକୁ ମୋତେ ସୌଭାଗ୍ୟ ମିଳିଲା।

ସେ ଆହୁରି କହିଛନ୍ତି, କେନ୍ଦ୍ର ଓ ରାଜ୍ୟର ଯୋଜନା ଗରିବଙ୍କ ଯାଏ ପହଞ୍ଚିବା ଦାୟିତ୍ୱ ନେବି। ଜଣେ ମହାସେବକଭାବେ ଗରିବଙ୍କ ଯାଏ ଯୋଜନା ପହଞ୍ଚିବା ଦାୟିତ୍ୱ ନେବି। ଓଡ଼ିଶାବାସୀଙ୍କ ସେବା ପାଇଁ ଶକ୍ତି ଦେବାକୁ ଜଗନ୍ନାଥଙ୍କୁ ପ୍ରାର୍ଥନା କଲି। ରାଜଭବନ ଦ୍ୱାର ଗରିବ ଲୋକଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ।

Puri Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe