Advertisment

ମନ୍ତ୍ରୀଙ୍କ ଘରକୁ ଆସିଲେ ୨ ନୂଆ ଅତିଥି; ଗୋପାଷ୍ଟମୀରେ କଲେ ଗୃହ ପ୍ରବେଶ

ଗୋବିନ୍ଦ ଗୋଧାମ ଗୋଶାଳାର ସାଧୁସନ୍ଥଙ୍କ ଗହଣରେ ବହୁ ଆଡ଼ମ୍ବରରେ ପୁଙ୍ଗାନୂର୍ ଗୋମାତାଙ୍କ ଗୃହ ପ୍ରବେଶ କରାଇଛନ୍ତି ମନ୍ତ୍ରୀ।

Cow puja

Cow puja

Advertisment

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଘରକୁ ଆସିଛନ୍ତି ୨ ନୂଆ ଅତିଥି। ପୁଙ୍ଗନୂର୍ ପ୍ରଜାତିର ଗାଈ ଏବଂ ବଳଦ ଆଣିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପବିତ୍ର ଗୋପାଷ୍ଟମୀ ଅବସରରେ ଗାଈ ବଳଦଙ୍କୁ ଗୃହ ପ୍ରବେଶ କରାଇଛନ୍ତି ମନ୍ତ୍ରୀ। ତାଙ୍କ ସରକାରୀ ବାସଭବନରେ ଏହି ବିରଳ ପ୍ରତାତିର ଗାଈ ବଳଦଙ୍କର ଗୃହ ପ୍ରବେଶ କରାଇଛନ୍ତି। ଏହି ଅବସରରେ ସୁନ୍ଦରକାଣ୍ଡ ପାଠ ଅନୁଷ୍ଠିତ ହୋଇଛି।

Advertisment

ଗୋବିନ୍ଦ ଗୋଧାମ ଗୋଶାଳାର ସାଧୁସନ୍ଥଙ୍କ ଗହଣରେ ବହୁ ଆଡ଼ମ୍ବରରେ ପୁଙ୍ଗାନୂର୍ ଗୋମାତାଙ୍କ ଗୃହ ପ୍ରବେଶ କରାଇଛନ୍ତି ମନ୍ତ୍ରୀ। ଆନ୍ଧ୍ର ପ୍ରଦେଶର ଚିତୁରରୁ ସେଠାକାର ପାରମ୍ପରିକ ପୁଙ୍ଗାନୁର ପ୍ରଜାତିର ଦୁଇଟି ଗାଈ ଅଣାଯାଇଛି।

ଏହା ଏକ ଭାରତୀୟ ପ୍ରଜାତିର ଗାଈ ଯାହା ଉଚ୍ଚତା କମ୍ ବିଶିଷ୍ଟ ହୋଇଥାଏ। ଏହି ପ୍ରଜାତିର ଗାଈମାନଙ୍କର ସଂରକ୍ଷଣ ପାଇଁ ମଧ୍ୟ ସରକାରଙ୍କ ତରଫରୁ ପ୍ରୟାସ ଆରମ୍ଭ ହୋଇଛି। ଏହି ଅବସରରେ ଗୋ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ମନ୍ତ୍ରୀ। ଓଡ଼ିଶାରେ କିଭଳି ଗୋ ଅଧିନିୟମର କାର୍ଯ୍ୟକାରୀ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି।

Advertisment
Bhubaneswar Odisha Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe