Advertisment

ନନ୍ଦନକାନନରେ ନୂଆ ଅତିଥି

ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ୩ ସିଂହ ଛୁଆଙ୍କ ଭିଡିଓ ଓ ଫଟୋ ପୋଷ୍ଟ କରିବା ସହ ୩ ଜଣଙ୍କୁ ଅମର, ଆକବର ଆନ୍ଥୋନି ବୋଲି ସମ୍ବୋଧନ କରିଛନ୍ତି।

author-image
Biswajit Samal
ଅଦ୍ୟତନ ହୋଇଛି
Nandankanan

Nandankanan

ନନ୍ଦନକାନନରେ ନୂଆ ଅତିଥି। ଆଜି ରେୱା ସିଂହୀ ୩ଟି ଛୁଆକୁ ଜନ୍ମ ଦେଇଛି। ୩ଟି ଯାକ ସିଂହ ଛୁଆ ଅଣ୍ଡିରା ହୋଇଥିବା ସୂଚନା ମିଳିଛି। ତେବେ ଜନ୍ମ ଦେବା ପରେ ମାଆ ସିଂହୀ ରେୱା ୩ ଛୁଆଙ୍କୁ ଛାଡ଼ି ଦେଇଛି। ସିଂହୀ ୩ ଛୁଆଙ୍କ ଯତ୍ନ ନେଉନଥିବାରୁ ସେମାନଙ୍କୁ ପ୍ରାଣୀ ହସ୍ପିଟାଲର ICUରେ ରଖାଯାଇଛି। ନନ୍ଦନକାନନ କର୍ତ୍ତୃପକ୍ଷ ୩ଟି ଛୁଆଙ୍କ ଯତ୍ନ ନେଉଛନ୍ତି।

Advertisment

ଦ୍ଵିତୀୟଥର ପାଇଁ ମା' ହେଲା ସିଂହୀ ରେୱା। ରବିବାର ସିଂହୀ ରେୱା ୩ଟି ଶାବକକୁ ଜନ୍ମ ଦେଇଛି। ପ୍ରଥମ ଶାବକ ସକାଳ ୭ଟା ସମୟରେ ଜନ୍ମ ଦେଇଥିବା ବେଳେ ଅଧ ଘଣ୍ଟା ପରେ ଦ୍ଵିତୀୟ ଶାବକ ଜନ୍ମ ଦେଇଥିଲା। ଏହାପରେ ଦିନ ୩ଟା ୫୦ ମିନିଟରେ ଆଉ ଏକ ଶାବକକୁ ଜନ୍ମ ଦେଇଥିଲା। ତେବେ ସମସ୍ତ ଶାବକ ଅଣ୍ଡିରା ବୋଲି ପ୍ରାଥମିକ ସ୍ତରରେ ଜଣାପଡ଼ିଛି।

ତେବେ ସିଂହୀ ରେୱା କିଛି ସମୟ ପର୍ଯ୍ୟନ୍ତ କୌଣସି ଶାବକଙ୍କୁ ଗ୍ରହଣ କରିନଥିଲା। ଏହାପରେ କର୍ତ୍ତୃପକ୍ଷଙ୍କ ଚିନ୍ତା ବୃଦ୍ଧି ପାଇଥିଲା। ତେବେ ସେମାନଙ୍କୁ ବେବି ରିୟରିଂ ସେଣ୍ଟରରେ ରଖାଯିବା ସହ ସେମାନଙ୍କୁ ଚିକିତ୍ସା କରାଯାଉଛି। ତେବେ ବର୍ତ୍ତମାନ ସମସ୍ତ ଶାବକ ଛୁଆ ସୁସ୍ଥ ରହିଥିବା ସୂଚନା ମିଳିଛି। ଏହି ୩ଟି ଶାବକୁ ମିଶାଇ ନନନ୍ଦନକାନରେ ସିଂହ ସଂଖ୍ୟା ୨୬ରେ ପହଞ୍ଚିଛି।

Advertisment

ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ୩ ସିଂହ ଛୁଆଙ୍କ ଭିଡିଓ ଓ ଫଟୋ ପୋଷ୍ଟ କରିବା ସହ ୩ ଜଣଙ୍କୁ ଅମର, ଆକବର ଆନ୍ଥୋନି ବୋଲି ସମ୍ବୋଧନ କରିଛନ୍ତି।

Nandankanan