/odisha-reporter/media/post_attachments/uploadimage/library/16_9/16_9_0/IMAGE_1725381855.jpg)
Soumya Ranjan Pradhan
ଓଡ଼ିଶା କ୍ୟାଡ଼ରର ୨୦୨୨ ବ୍ୟାଚର ୬ ଜଣ ଆଇଏଏସ୍ ନିଜର ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନିଂ ସମାପ୍ତ ପରେ ଆଜି ବିଭିନ୍ନ ଜିଲ୍ଲାରେ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି । ରାଜ୍ୟ ସରକାର ସେମାନଙ୍କୁ ବଣାଇ, ଆଠଗଡ଼, ପଦମପୁର, ଜୟପୁର, ତାଳଚେର ଓ ରାଇରଙ୍ଗପୁରଠାରେ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରିଛନ୍ତି।
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଟ୍ରେନିଂ ସମାପ୍ତ କରି ଫେରିଥିବା ୨୦୨୨ ବ୍ୟାଚ୍ ଆଇଏଏସ୍ ଅଫିସର ଅକ୍ଷୟ ପିଲାଏଙ୍କୁ ବଣାଇ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ସେହିପରି ତାଙ୍କ ବ୍ୟାଚର ପ୍ରହଲାଦ ନାରାୟଣ ଶର୍ମାଙ୍କୁ ଆଠଗଡ଼ ଉପଜିଲ୍ଲାପାଳ, ଅରୁଗୁଲା ସ୍ନେହାଙ୍କୁ ପଦମପୁର ଉପଜିଲ୍ଲାପାଳ, ଆକାଭରମ ସାସ୍ୟା ରେଡ୍ଡୀଙ୍କୁ ଜୟପୁର ଉପଜିଲ୍ଲାପାଳ, ସମୀର କୁମାର ଜେନାଙ୍କୁ ତାଳଚେର ଉପଜିଲ୍ଲାପାଳ ଓ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।
ଏହି ସମସ୍ତ ଆଇଏଏସ୍ ଅଫିସର ଉପଖଣ୍ଡ ମାଜିଷ୍ଟ୍ରେଟ୍ ଭାବେ ଭାରତୀୟ ନାଗରିକ ସଂହିତା-୨୦୨୩ର ଧାରା ୧୪(୪) ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
