ଆସନ୍ତାକାଲିଠୁ ବାଲେଶ୍ୱରରେ ଚାଲିବ ନୂଆ ମେମୁ ଟ୍ରେନ

ଆସନ୍ତାକାଲି ଜାନୁୟାରୀ ୧୩ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୋପୀନାଥପୁର-ନୀଳଗିରି-ବାଲେଶ୍ୱର ନୂଆ ମେମୁ ଟ୍ରେନ ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ

ମେମୁ ଟ୍ରେନ

  • Published: Friday, 12 January 2024
  • , Updated: 12 January 2024, 08:39 PM IST

ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ନୂଆବର୍ଷରେ ଓଡ଼ିଶାକୁ ଗୋଟିଏ ନୂଆ ମେମୁ ଟ୍ରେନ ଉପହାର ଦେଇଛନ୍ତି । ଗୋପିନାଥପୁର-ନୀଳଗିରି-ବାଲେଶ୍ୱର ମଧ୍ୟରେ ନୂଆ ମେମୁ ଟ୍ରେନ ସେବାକୁ ଆସନ୍ତାକାଲି ପତକା ହଲାଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକାର୍ପଣ କରିବେ ।

ସୂଚନା ଅନୁସାରେ, ଆସନ୍ତାକାଲି ଜାନୁୟାରୀ ୧୩ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୋପୀନାଥପୁର-ନୀଳଗିରି-ବାଲେଶ୍ୱର ନୂଆ ମେମୁ ଟ୍ରେନ ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ବାଲେଶ୍ୱର-ଗୋପୀନାଥପୁର-ନୀଳଗିରି ଯାତ୍ରୀବାହୀ ଲାଇନ୍ ଲୋକାର୍ପଣ ଏବଂ ସବୱେ(ଉପମାର୍ଗ) ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହ ବେତନଟୀ ରେଳ ଷ୍ଟେସନରେ ପିଆରଏସ୍ ବୁକିଂ କାଉଣ୍ଟରର ଉଦଘାଟନ କରିବେ ।

ଗୋପୀନାଥପୁର-ନୀଳଗିରି ଓ ବାଲେଶ୍ୱର ମଧ୍ୟରେ ନୂତନ ଯାତ୍ରୀବାହୀ ଲାଇନ୍ ଉଦଘାଟନ ହେବା ସହିତ ଏହି ଅଂଚଳରେ ଲୋକମାନେ ପ୍ରଥମଥର ପାଇଁ ଯାତ୍ରୀବାହୀ ଟ୍ରେନ ସେବା ପାଇପାରିବେ । ୩ଯୋଡ଼ି ମେମୁ ଟ୍ରେନ ପ୍ରତିଦିନ ଏହି ମାର୍ଗରେ ଚଳାଚଳ କରିବ । ସେହିପରି ବେତନଟୀଠାରେ ସଂରକ୍ଷିତ ଟିକେଟ୍ ବୁକିଂ ବ୍ୟବସ୍ଥା ନିମନ୍ତେ ନୂଆ ପିଆରଏସ୍ କାଉଣ୍ଟର ଖୋଲିବ । ବେତନଟ ଷ୍ଟେସନଠାରେ ଅଧିକ ଯାତ୍ରୀ ସୁବିଧା ଓ ନିରାପତ୍ତା ବ୍ୟବସ୍ଥା ପାଇଁ ଏକ ସବୱେ ନିର୍ମାଣ କରାଯିବ । ଏହାଫଳରେ ଷ୍ଟେସନକୁ ଯାତ୍ରୀମାନଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ସୁନିଶ୍ଚିତ କରିବା ସହ ସ୍ଥାନୀୟ ଲୋକମାନେ ରେଳ ଟ୍ୟାକ୍ ଅତିକ୍ରମ ନକରି ସବୱେ ଦେଇ ଯାତାୟତ କରିପାରିବେ ।

Related story