Advertisment

ପାର୍ବଣ ପୂର୍ବରୁ ବଦଳିଲେ ପୁଲିସ୍‌ କମିଶନର, ଦାୟିତ୍ୱ ନେଲେ ସୁରେଶ ଦେବଦତ୍ତ ସିଂହ

ନୂତନ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ଦେବଦତ୍ତ ସିଂହ । ପୂର୍ବତନ କମିଶନର ସଂଜୀବ ପଣ୍ଡାଙ୍କ ତାଙ୍କ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ଅଦ୍ୟତନ ହୋଇଛି
Suresh Debidatta Singh

Suresh Debidatta Singh

Advertisment

ପାର୍ବଣ ପୂର୍ବରୁ ବଦଳିଲେ ଟୁଇନ୍‌ ସିଟି କମିଶନର । ନୂତନ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ଦେବଦତ୍ତ ସିଂହ । ପୂର୍ବତନ କମିଶନର ସଂଜୀବ ପଣ୍ଡାଙ୍କ ତାଙ୍କ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

Advertisment

୧୯୯୮ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ଦେବଦତ୍ତ ସିଂହ ଆଜି ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗାର୍ଡ ଅଫ୍‌ ଅନର ପ୍ରଦାନ ପରେ ସଂଜୀବ ପଣ୍ଡା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ପୂର୍ବରୁ ଏଡିଜି ଅପରେସନ ରହି ସାରିଥିବା ସୁରେଶ ଦେବଦତ୍ତ ସିଂହଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ମୁଖ୍ୟତଃ ନକ୍ସଲ ଅପରେସନକୁ ସଫଳତାର ସହ ପରିଚାଳନା କରିବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରି ସାରିଛନ୍ତି । ଏହାବାଦ ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷକୁ ଡ୍ରୋନ ସାହାଯ୍ୟରେ ଚିହ୍ନଟ କରି ତାହାକୁ ନଷ୍ଟ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଚଳିତ ନିର୍ବାଚନରେ ନକ୍ସଲ ହିଂସା ମୁକ୍ତ ନିର୍ବାଚନ କରାଇବା ତାଙ୍କର ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।

Advertisment

ତେବେ ନୂଆ ଦାୟିତ୍ୱ ନେବା ପରେ ସୁରେଶ ଦେବଦତ୍ତ ସିଂହଙ୍କ ସମ୍ମୁଖରେ ବିଭିନ୍ନ ସମସ୍ୟା ଚାଲେଞ୍ଜ ଭାବେ ଛିଡ଼ା ହୋଇଛି । ମୁଖ୍ୟତଃ କଟକ, ଭୁବନେଶ୍ୱରରେ ଅପରାଧିକ କାର୍ଯ୍ୟକଳାପକୁ ରୋକିବା, ଗଞ୍ଜେଇ ଚୋରା ଚାଲାଣ, ସାଇବର କ୍ରାଇମ୍‌ ତଥା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦକ୍ଷତାର ସହ ପରିଚାଳନା କରିବାରେ ସେ କିପରି ଭୂମିକା ନିର୍ବାହ କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ।

ସିପି ଦାୟିତ୍ୱ ନେଲା ପରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟ ରଖିଛନ୍ତି ଦେବଦତ୍ତ ସିଂହ । ସେ କହିଛନ୍ତି, ପୁଲିସ ଏକ ସାଙ୍ଗେ କଠୋର ଓ ନରମ ଆଭିମୁଖ୍ୟ ଗ୍ରହଣ କରିବ । ଅପରାଧୀଙ୍କ ପ୍ରତି କଠୋର ଓ ଲୋକଙ୍କ ପ୍ରତି ନରମ ମନୋଭାବ ପୋଷଣ କରିବ ପୁଲିସ୍‌ । ଥାନାକୁ ଆସୁଥିବା ଲୋକଙ୍କ ପ୍ରତି ପୁଲିସ ସମ୍ବେଦନଶୀଳ ରହିବ । ଆଇନ ପରିସରରେ ରହି ଯଥାସମ୍ଭବ ନ୍ୟାୟ ଦିଆଯିବ ।

ଆମ ପାଖକୁ ଯିଏ ଆସିବେ ତାଙ୍କ ପ୍ରତି ନରମ ଭାବେ କଥା ହେବ ପୁଲିସ । ସମାନ ଢଙ୍ଗରେ ଅପରାଧୀଙ୍କ ପ୍ରତି ବି କଠୋର ହେବୁ । ଲୋକଙ୍କୁ ଅସୁବିଧାରେ ପକାଉଥିବା ତତ୍ତ୍ୱଙ୍କ ପ୍ରତି କଠୋର ହେବୁ ସାଧାରଣ ଲୋକଙ୍କୁ ସମ୍ବେଦନଶୀଳ ପୋଲିସିଂ ଦେବୁ ବୋଲି କହିଛନ୍ତି ସିପି ସୁରେଶ ଦେବଦତ୍ତ ସିଂହ ।

ଅପରପକ୍ଷେ, ବିଦାୟୀ ପୁଲିସ କମିଶନର ସଂଜୀବ ପଣ୍ଡା ଗଣମାଧ୍ୟମ ସହ ଆଲୋଚନା ବେଳେ ଗତ ୮ ମାସରେ ହାସଲ କରିଥିବା ସଫଳତା ବିଷୟରେ ବଖାଣିଛନ୍ତି। ସେ କହିଛନ୍ତି, ବିଗତ ଦିନ ଖୁବ୍‌ ଚ୍ୟାଲେଞ୍ଜିଂ ଥିଲା। ସବୁ ଅଧିକାରୀଙ୍କ ସହାୟତାରେ ନିର୍ବାଚନକୁ ସୁପରିଚାଳନା କରିଥିଲୁ। ବହୁ ଚୋରି ସାମଗ୍ରୀ ଫେରାଇ ଆଣିଛୁ। ୨୦୦ ପାଖାପାଖି ସୁନା ଚେନ, ହଜାରେ ବାଇକ୍‌ ଜବତ କରି ପାରିଛୁ।

ଗତକାଲି ରାଜ୍ୟ ସରକାର IPS ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଥିଲେ। ୧୯୯୪ ବ୍ୟାଚ୍‌ର ଆଇପିଏସ୍‌ ତଥା କଟକ-ଭୁବନେଶ୍ୱର ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଓ ବିଜୁ ପଟ୍ଟନାୟ ରାଜ୍ୟ ପୁଲିସ ଏକାଡେମୀ (BPSPA)ର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିଲା। ତାଙ୍କ ସ୍ଥାନରେ ୧୯୯୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ତଥା ଏଡିଜିପି (ଅପରେସନ) ସୁରେଶ ଦେବଦତ୍ତ ସିଂହଙ୍କୁ କଟକ-ଭୁବନେଶ୍ୱରର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଥିଲା। ଏହାପରେ ଆଜି ନୂଆ ଦା୍ରିତ୍ୱ ସମ୍ଭାଳିଛନ୍ତି ସୁରେଶ ଦେବଦତ୍ତ ସିଂହ ।

ନୂଆ ଡିଜିପି ଭାବେ ୱାଇ.ବି ଖୁରାନିଆ ଦାୟିତ୍ୱ ଗ୍ରହଣ କରିବାର ପ୍ରାୟ ଦେଢ଼ ମାସ ପରେ ଆଇପିଏସ୍‌ ସ୍ତରରେ ହୋଇଛି ଏହି ଅଦଳବଦଳ। ଉଭୟ ବରିଷ୍ଠ ଆଇପିଏସ୍‌ ଓ ଏସ୍‌ପି ସ୍ତରରେ ହୋଇଛି ବ୍ୟାପକ ବଦଳି। ଗୁଇନ୍ଦା ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଏଡିଜିଙ୍କଠାରୁ ଆରମ୍ଭ କରି କଟକ-ଭୁବନେଶ୍ୱର ପୁଲିସ କମିଶନର ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ବଡ଼ ପଦବୀରେ ଥିବା ଆଇପିଏସ ଅଫିସରଙ୍କୁ ବଦଳି କରାଯାଇଛି । ସେହିପରି ୨୦ଟି ଜିଲ୍ଲାର ଏସ୍‌ପି  ବଦଳିଛନ୍ତି।

Commissionerate Police Twin City
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe