KC Patra
ରାଜ୍ୟ ସରକାର ରାସନ କାର୍ଡ ଇ-କେୱାଇସି ଯାଂଚ ଅବଧିକୁ ଆସନ୍ତା ଫେବୃୟାରୀ ମାସ ୧୫ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ଏହାସହିତ ଯେଉଁମାନେ ରାଜ୍ୟ ସରକାରରେ କଣ୍ଟ୍ରାକଚୁଆଲ ଚାକିରି କରି ମାସକୁ ୧୫ହଜାର ଟଙ୍କାରୁ କମ୍ ଦରମା ପାଉଥିବେ ସେମାନଙ୍କର ରାସନ କାର୍ଡ କଟିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଫେବୃୟାରୀ ୧୫ପରେ ହିତାଧିକାରୀମାନଙ୍କୁ ନୂଆ ରାସନ କାର୍ଡ ଦେବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, କଣ୍ଟ୍ରାକ୍ଟଚୁଆଲ ଚାକିରି କରି ମାସକୁ ୧୧-୧୨ହଜାର ଟଙ୍କା ଦରମା ପାଉଥିବା ସରକାରୀ ଚାକିରିଆଙ୍କ ରାସନ କାର୍ଡ କଟିବ ନାହିଁ । ସେମାନେ କାର୍ଡ ଫେରାଇ ଆବଶ୍ୟକ ନାହିଁ । ଭଲ ଚାକିରି ବା ଭଲ ଦରମା ପାଉଥିବା କର୍ମଚାରୀମାନେ ନିଜର ରାସନ କାର୍ଡ ଫେରାଇ ଦେବା ଉଚିତ୍ । ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଅନୁସାରେ ଯାହାର ରୋଜଗାର ମାସକୁ ୧୫ହଜାର ଟଙ୍କାରୁ ଅଧିକ ଥିବ ସିଏ କାର୍ଡ ଫେରାଇବ । ସବୁ ଜିଲ୍ଲାରୁ କାର୍ଡ ଫେରାଇବା ପ୍ରକ୍ରିୟା ଜାରି ରହିଛି । ଦୁଇଦିନ ତଳେ ୧୨ହଜାର ସରକାରୀ ଚାକିରିଆ କାର୍ଡ ଫେରାଇଥିଲେ । ଆଜି ଏହା ୨୦ହଜାରରେ ପହଂଚଲାଣି । ଯେଉଁମାନେ ଭଲ ଚାକିରି କରିଛନ୍ତି ସେମାନେ କାର୍ଡ ଫେରାଇ ଦେବା ଉଚିତ୍ । ଯଦି ସେମାନେ ନଫେରାଇବେ ପଛରେ ଧରାପଡ଼ିଲେ ଆମେ ଆକ୍ସନ ନେବୁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସ୍ପଷ୍ଟ କରିଛନ୍ତି ।
ଏହାପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ବ୍ଲକରୁ ୨୦୦ରୁ ୩୦୦ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଉଛନ୍ତି । ସରକାରୀ ଚାକିରିଆ ଓ ଆୟକରଦାତା ମଧ୍ୟ ରାସନକାର୍ଡ ନେଇଛନ୍ତି । ସେମାନଙ୍କୁ କାର୍ଡ ଫେରସ୍ତ ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ରାଜ୍ୟରେ ପ୍ରାୟ ୪୦ଲକ୍ଷରୁ ଅଧିକ ଲୋକ ଇକେୱାଇସି କରିନାହାନ୍ତି । ସେମାନଙ୍କ ମଧ୍ୟରୁ ଅଯୋଗ୍ୟ ଓ ମୃତବ୍ୟକ୍ତି ଥାଇପାରନ୍ତି ବୋଲି ସରକାର ସନ୍ଦେହ କରୁଛନ୍ତି ।
ମନ୍ତ୍ରୀ ଶ୍ରୀ ପାତ୍ର ସୋମବାର ସୂଚନା ଦେଇ କହିଥିଲେ ଯେ, ରାଜ୍ୟରେ ମୋଟ ୩କୋଟି ୩୫ଲକ୍ଷ ୫୭୦ଜଣ ହିତାଧିକାରୀଙ୍କ ମଧ୍ୟରୁ ୨କୋଟି ୯୫ଲକ୍ଷ ୮୯ହଜାର ୯୧୨ଜଣ ହିତାଧିକାରୀଙ୍କ କେୱାଇସି କରିସାରିଛନ୍ତି । ରାଜ୍ୟରେ ମୋଟ ୨.୯୪କୋଟି ଓ ରାଜ୍ୟ ବାହାରେ ୧.୩୦ଲକ୍ଷ ହିତାଧିକାରୀ ଇକେୱାଇସି କରିଛନ୍ତି । ଜାନୁୟାରୀ ୩୧ସୁଦ୍ଧା ଇକେୱାଇସି ସାରିବା ପାଇଁ ମନ୍ତ୍ରୀ ପୂର୍ବରୁ ସୂଚନା ଦେଇଥିଲେ,ମାତ୍ର ଏହାକୁ ପୁଣିଥରେ ସରକାର ଫେବୃୟାରୀ ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/KC_Patra__1732715469.jpg)