Advertisment

ପାଦ ଥାପିଲା ୨୦୨୫; ସବୁଠି ସେଲିବ୍ରେଶନର ମାହୋଲ

ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଲିବ୍ରସନର ମାହୋଲ ଲାଗି ରହିଥିଲା। ଟ୍ୱିନ ସିଟି ସମେତ ରାଜ୍ୟର ବିଭିନ୍ନ ସହରରେ ଡିଜେର ତାଳେ ତାଳେ ଝୁମି ଥିଲେ ପିଲାଠୁ ବୁଢା।

Celebration

Celebration

Advertisment

ପାଦ ଥାପିଲା ୨୦୨୫। ନୂଆ ଆଶା ଓ ନୂଆ ଆକାଂକ୍ଷା ସହ ଧୁମଧାମରେ ୨୦୨୫କୁ ସ୍ୱାଗତ କରିଛନ୍ତି ଲୋକେ। ହାପି ନିୟୁ ଇୟର୍ କହି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ବିଭିନ୍ନ ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ ହୋଇଛି।

Advertisment

ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଲିବ୍ରସନର ମାହୋଲ ଲାଗି ରହିଥିଲା। ଟ୍ୱିନ ସିଟି ସମେତ ରାଜ୍ୟର ବିଭିନ୍ନ ସହରରେ ଡିଜେର ତାଳେ ତାଳେ ଝୁମି ଥିଲେ ପିଲାଠୁ ବୁଢା। କେଉଁଠି କେକ୍ କାଟି ସେଲିବ୍ରେସ ତ ଆଉ କେଉଁଠି ବାଣ ଫୁଟାଇ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ଲୋକେ।

ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ ହୋଟେଲ, ବାର, ପବ ଓ ରେଷ୍ଟୁରାଣ୍ଟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଡିଜେର ତାଳେ ତାଳେ ନୃତ୍ୟ ଗୀତରେ ଝୁମଛନ୍ତି ଲୋକେ । ସୁସ୍ୱାଦୁ ଖାଦ୍ୟ, ପାନୀୟ ସହ ଭରପୁର ମଜା ଉଠାଇଛନ୍ତି ଲୋକେ।

Advertisment
Celebrationଜିରୋ ନାଇଟ୍‌ ସେଲିବ୍ରେଶନରେ ମାତିଛନ୍ତି ଲୋକେ।

ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ପାଇଁ କମିଶନରେଟ ପୁଲିସ୍‌ ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଥିଲା । ରାଜଧାନୀରେ ୧୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଏଥିସହ ବିଭିନ୍ନ ଛକରେ ଚେକିଂ ଜୋରଦାର ହୋଇଥିଲା ।

ନୂଆ ବର୍ଷର ନୂଆ ସକାଳରେ ବିଭିନ୍ନ ମନ୍ଦିରରେ ଭିଡ ଲାଗି ରହିଛି। ପ୍ରଭୁଙ୍କ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବାକୁ ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହୋଇଛନ୍ତି। ଏଥିସହ ରାଜ୍ୟବାସୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

New Year Party Zero Night Celebration
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe