Advertisment

ପଲିଥିନରେ ବନ୍ଧାହୋଇ କଣ୍ଟା ବୁଦା ମୂଳରେ ପଡ଼ିଥିଲା ଶିଶୁକନ୍ୟା; ଉଦ୍ଧାର କଲେ ସ୍ଥାନୀୟ ଲୋକେ

ତେବେ କିଏ ଓ କାହିଁକି ଶିଶୁକନ୍ୟାଟିକୁ ବୁଦା ମୂଳେ ପକାଇ ଦେଇ ପଳାଇଗଲା ତାହା ଜଣାପଡ଼ିନାହିଁ।

ଅଦ୍ୟତନ ହୋଇଛି
undefined

Baby girl rescued

Advertisment

ପୁଣି ଆଲୋଡ଼ା ହେଲା ଶିଶୁକନ୍ୟା। ପଲିଥିନରେ ବନ୍ଧାହୋଇ କଣ୍ଟା ବୁଦା ମୂଳରେ ପଡ଼ିଥିବା ଅବସ୍ଥାରେ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମରା କରଞ୍ଜମାଳରେ ।

Advertisment

ଆଜି ସକାଳେ ଶିଶୁକନ୍ୟାଟି ରାସ୍ତା ପାର୍ଶ୍ୱରେ ପଲଥିନ ଭିତରେ ବନ୍ଧା ହୋଇ କଣ୍ଟା ବୁଦା ମୂଳେ ପଡ଼ିଥିଲା। ସେହିବାଟ ଦେଇ ସୁମିତ୍ରା ମାଝୀ ନାମକ ଜନୈକ ମହିଳା ଯାଉଥିଲେ। ପିଲାଟିର କାନ୍ଦ ଶୁଣି ତାକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାକୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି।

ତେବେ କିଏ ଓ କାହିଁକି ଶିଶୁକନ୍ୟାଟିକୁ ବୁଦା ମୂଳେ ପକାଇ ଦେଇ ପଳାଇଗଲା ତାହା ଜଣାପଡ଼ିନାହିଁ। ପ୍ରାଥମିକ ତଦନ୍ତରୁ ପିଲାଟି କୁମାରୀ ମାତୃତ୍ୱ ବୋଲି ଚର୍ଚ୍ଚା ହେଉଛି। ତେବେ ପୁଲିସ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହିଁ।

Advertisment
Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe