Advertisment

ଲକ୍ଷେ ଟଙ୍କାରେ ଡିଲ୍‌! ଦିନକର ଛୁଆକୁ ବିକି ଦେଲା ମା'

ଗତ ରବିବାର ଦିନ ଜଣେ ଆଦିବାସୀ ମହିଳା ଅଠରବାଙ୍କି ସରକାରୀ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

New Born Baby

New Born Baby

Advertisment

ମାରିଗଲା ମା'ର ମମତା। ଛୁଆ ପ୍ରେମ ଠାରୁ ବଡ଼ ହୋଇଗଲା ଟଙ୍କା ଲୋଭ। ଦିନକୁର ଛୁଆକୁ ଅନ୍ୟ ହାତକୁ ଟେକି ଦେଲା ମା'। ନବଜାତକୁ ଲକ୍ଷେ ଟଙ୍କାରେ ବିକ୍ରି କରିଦେଲେ ମହିଳା। ଏଭଳି କିଛି ଅଭିଯୋଗ ଆସିଛି ପାରାଦୀପରୁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।

Advertisment

ଗତ ରବିବାର ଦିନ ଜଣେ ଆଦିବାସୀ ମହିଳା ଅଠରବାଙ୍କି ସରକାରୀ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ସୋମବାର ସେହି ପିଲାକୁ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ବିକି ଦେଇଥିବା ଅଭିଯୋଗ ହେଉଛି। ନୂଆ ବଜାରର ଜଣେ ଦଲାଲଙ୍କ ପ୍ରରୋଚନାରେ ଛୁଆକୁ ଲକ୍ଷେ ଟଙ୍କାରେ ବିକ୍ରି କରିଥିବା କଥା ସାମ୍ନାକୁ ଆସିଛି।

ସୂଚନା ଅନୁସାରେ ମହିଳା ଜଣକ ପ୍ରଥମେ ଷଣ୍ଢକୁଦ ବସ୍ତିରେ ରହୁଥିଲେ। ସେଠାରେ ଜଣେ ମହିଳା ତାଙ୍କର ଭଲମନ୍ଦ ବୁଝିବା ସହିତ ସମୟ ସମୟରେ ଯାଇ ତାଙ୍କ ଚିକିତ୍ସା କରାଉଥିଲେ। କେବଳ ସେତିକି ନୁହେଁ ପୂର୍ବରୁ ଥିବା ଝିଅର ଭବିଷ୍ୟତ ପାଇଁ ମଧ୍ୟ ୩୦ ହଜାର ଟଙ୍କା ଦେବି ବୋଲି କହିଥିଲେ। ଏହାପରେ ପିଲା ଜନ୍ମ ହେଲେ ତାଙ୍କୁ ଦେବାକୁ ଆଦିବାସୀ ମହିଳା କୁଆଡେ ରାଜି ହୋଇଥିଲେ।

Advertisment

ମାତ୍ର କିଛି ଦିନ ହେବ ଆଦିବାସୀ ମହିଳା ଜଣକ ନୂଆବଜାର ବସ୍ତିରେ ରହୁଥିଲେ। ସେଠାରେ ଜଣେ ବ୍ୟକ୍ତି ତଙ୍କୁ ଅର୍ଥ ଲୋଭ ଦେଇ ପିଲାକୁ ନେଇ ବିଶାଖାପାଟଣା ପଳାଇ ଯାଇଥିବା ଅଭିଯୋଗ ହୋଇଛି। ତେବେ ଆଦିବାସୀ ମହିଳାଙ୍କୁ ଚିକିତ୍ସା କରାଉଥିବା ମହିଳା ଏହା ଜାଣିବା ପରେ ସ୍ଥାନୀୟ ପାରିଷଦ ଓ କିଛି ମହିଳାଙ୍କୁ ସାଙ୍ଗରେ ନେଇ ପାଟିତୁଣ୍ଡ କରିଥିଲେ।

ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି। ଘଟଣାରେ ତଦନ୍ତ ଚାଲିଥିବା କହିଛନ୍ତି ପାରାଦୀପ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ। ତଦନ୍ତ ପାଇଁ ଏକ ଟିମ୍‌ ଗଠନ ହୋଇଛି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶିଶୁ ମଙ୍ଗଳ ଅଧିକାରୀ କହିଛନ୍ତି।

Paradeep New Born Child Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe