Advertisment

ରାସ୍ତାକଡ଼ରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

କନ୍ୟା ସନ୍ତାନଟିକୁ ପାଇଥିବା ପ୍ରଦ୍ୟୁମ୍ନ ବାରିକ ତାକୁ ରଖିବେ ବୋଲି ଦାବି କରିଛନ୍ତି ।

author-image
Ordigital Desk
Newly Born Child

Newly Born Child

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ରାସ୍ତାକଡ଼ରୁ ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁକନ୍ୟା। ଜନ୍ମଦେଲା ପରେ ରାସ୍ତାକଡ଼ରେ ଛାଡ଼ି ପଳେଇଛନ୍ତି କେହି ମହିଳା ଅବା ତାଙ୍କ ପରିବାର ଲୋକ। ଘଟଣାଟି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲର ଧାମନଗର ଛକ ନିକଟର ରାଇସ୍‌ ମିଲ୍‌ ସମ୍ମୁଖରେ।

Advertisment

ସ୍ଥାନୀୟ ବାସିନ୍ଦା ପ୍ରଦ୍ୟୁମ୍ନ ବାରିକ ଶିଶୁକନ୍ୟାଟିକୁ ଦେଖି ଆଶା ଦିଦିଙ୍କୁ ଖବର ଦେଇଥିଲେ। ଆଶା କର୍ମୀ ଶିଶୁଟିକୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି।

କନ୍ୟା ସନ୍ତାନଟିକୁ ପାଇଥିବା ପ୍ରଦ୍ୟୁମ୍ନ ବାରିକ ତାକୁ ରଖିବେ ବୋଲି ଦାବି କରିଛନ୍ତି । ତେବେ ଶିଶୁଟିକୁ କିଏ ଓ କାହିଁକି ରାସ୍ତାକଡ଼ରେ ପରିତ୍ୟକ୍ତ ସ୍ଥାନରେ ଛାଡ଼ି ପଳାଇଲେ, ସେନେଇ କିଛି ଜଣାପଡ଼ିନାହିଁ। ଚାଇଲ୍‌ଡଲାଇନ୍ ଅଧିକାରୀ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଯାଞ୍ଚ କରିଛି।

Advertisment
Girl Child