Advertisment

ଗୁରୁବାର ଓ ଶୁକ୍ରବାର ନନ୍ଦନକାନନ ବନ୍ଦ

ବାତ୍ୟା ସମୟରେ ଜୀବ ଯନ୍ତୁମାନଙ୍କୁ ଖୁଆଡ଼ରେ ଭର୍ତ୍ତି କରାଯିବ। ସେମାନଙ୍କ ପାଇଁ ପର୍ଯ୍ୟପ୍ତ ପରିମାଣର ଖାଦ୍ୟ ମହଜୁଦ୍‌ ରଖାଯାଇଛି। ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ।

author-image
Manoranjan Sial
Nandankanan

Nandankanan

ଆସନ୍ତା କାଲି ଅର୍ଥାତ ଗୁରୁବାର ଓ ଶୁକ୍ରବାର ଭୁବନେଶ୍ୱରରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ। ଏହି ସମୟରେ କୌଣସି ପର୍ଯ୍ୟଟକ ନଆସିବା ପାଇଁ ପିସିସିଏଫ୍‌ ସୁଶାନ୍ତ ନନ୍ଦ କହିଛନ୍ତି। ବାତ୍ୟା ‘ଦାନା’ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି।

Advertisment

ବାତ୍ୟା ସମୟରେ ଜୀବ ଯନ୍ତୁମାନଙ୍କୁ ଖୁଆଡ଼ରେ ଭର୍ତ୍ତି କରାଯିବ। ସେମାନଙ୍କ ପାଇଁ ପର୍ଯ୍ୟପ୍ତ ପରିମାଣର ଖାଦ୍ୟ ମହଜୁଦ୍‌ ରଖାଯାଇଛି। ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ। ଯଦି କୌଣସି ସ୍ଥାନରେ ପାଚେରୀ ଭାଙ୍ଗିଯାଏ, ତାହାହେଲେ ଶୀଘ୍ର ମରାମତି କରିବା ପାଇଁ ଟିମ୍‌ ଗଠନ କରାଯାଇଛି ବୋଲି ପିସିସିଏଫ୍‌ କହିଛନ୍ତି।

ସେ ଆହୁରି କହିଛନ୍ତି, ବାତ୍ୟା ‘ଦାନା’ ପାଇଁ ବନ ବିଭାଗ ଅଧୀନରେ ଥିବା ସବୁ ଇକୋ ଟୋରିଜିମ୍‌ ସାଇଟ୍‌କୁ ପରିସ୍ଥିତିକୁ ଦେଖି ଡିଏଫ୍‌ଓମାନେ ବନ୍ଦ କରି ପାରନ୍ତି। ଯଦି କେହି ଆଗୁଆ ବୁକିଂ କରିଥିବେ, ତାହାହେଲେ ସେହି ଅର୍ଥ ସେମାନେ ଫେରି ପାଇବେ ବୋଲି ପିସିସିଏଫ୍‌ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ୨୪ ତାରିଖ ମଧ୍ୟ ରାତିରୁ ୨୫ ତାରିଖ ସକାଳ ଭିତରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବ। ତେବେ କେଉଁଠି ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିବ, ତାହାର ଚିତ୍ର ସ୍ପଷ୍ଟ ହୋଇନାହିଁ। ତଥାପି ଧାମରାରୁ ଭିତରକନିକା ଭିତରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ଯେଉଁଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି।

Bhubaneswar Nandankanan