Advertisment

ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ, ମିଳିଲା ବାଂଲାଦେଶୀ ପାସ୍‌ପୋର୍ଟ

ଆଜି ୯ ଜଣ ବାଂଲାଦେଶୀ ପର୍ଯ୍ୟଟକ ଶ୍ରୀକ୍ଷେତ୍ର ପୁରୀ ଆସିଥିଲେ। ସେମାନଙ୍କ ଭିତରୁ ୪ ଜଣ ପରିକ୍ରମା ମାର୍ଗରେ ବସିଥିବା ବେଳେ ୫ ଜଣ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ଶ୍ରୀମନ୍ଦିର ଭିତରକୁ ଯାଇଥିବା ୫ ଜଣଙ୍କ ଭିତରେ ଜଣେ ଅଛନ୍ତି ହିନ୍ଦୁ।

author-image
Manoranjan Sial
Puri temple

Puri temple

ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ। ଜଣେ କି ଦୁଇ ଜଣ ନୁହେଁ, ଜଣେ ହିନ୍ଦୁଙ୍କ ସହିତ ୪ ଜଣ ଅଣ ହିନ୍ଦୁ ଶ୍ରୀମନ୍ଦିର ଭିତରେ ପଶି ଥିଲେ। ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଥିବା ଅଭିଯୋଗ ହୋଇଛି। ସିଂହଦ୍ୱାର ଥାନା ପୁଲିସ୍‌ ସେମାନଙ୍କଠାରୁ ଗୋଟିଏ ବାଂଲାଦେଶୀ ପାସ୍‌ପୋର୍ଟ ଜବତ କରି ଘଟଣାର ତଦନ୍ତ ଚଳାଇଛ।

Advertisment

ଆଜି ୯ ଜଣ ବାଂଲାଦେଶୀ ପର୍ଯ୍ୟଟକ ଶ୍ରୀକ୍ଷେତ୍ର ପୁରୀ ଆସିଥିଲେ। ସେମାନଙ୍କ ଭିତରୁ ୪ ଜଣ ପରିକ୍ରମା ମାର୍ଗରେ ବସିଥିବା ବେଳେ ୫ ଜଣ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ଶ୍ରୀମନ୍ଦିର ଭିତରକୁ ଯାଇଥିବା ୫ ଜଣଙ୍କ ଭିତରେ ଜଣେ ଅଛନ୍ତି ହିନ୍ଦୁ। ବାକି ୪ ଜଣ ଅଣ ହିନ୍ଦୁ। ଅଭିଯୋଗ ଅନୁସାରେ ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ମହାପ୍ରସାଦ ସେବନ କରିଛନ୍ତି। ଆଉ ଶ୍ରୀମନ୍ଦିରରୁ ବାହାରିଲା ବେଳେ ସାଥୀରେ ମହାପ୍ରସାଦ ଧରି ବାହାରୁଥିବା ଅଭିଯୋଗ ହୋଇଛି।

ପରିକ୍ରମା ମାର୍ଗରେ ବସିଥିବା ୪ ଜଣ ବ୍ୟକ୍ତି ଅଣ ହିନ୍ଦୁ ବୋଲି ସନ୍ଦେହ ହେଉଥିଲା। ସ୍ଥାନୀୟ ଲୋକମାନେ ସେମାନଙ୍କ ପରିଚୟ ପଚାରିଥିଲେ। ସେମାନେ ନିଜର ପରିଚୟ ଦେବା ସହିତ ୫ ଜଣ ବନ୍ଧୁ ଶ୍ରୀମନ୍ଦିର ଭିତରକୁ ଯାଇଥିବା କହିଥିଲେ। ଏହାପରେ ସ୍ଥାନୀୟ ଯୁବକମାନେ ସେମାନଙ୍କ ଫେରିବା ରାସ୍ତାକୁ ଚାହିଁ ବସିଥିଲେ। ସେମାନେ ମହାପ୍ରସାଦ ଧରି ବାହାରିବା ବେଳେ ସେମାନଙ୍କୁ ଧରି ପକାଇଥିଲେ। ଏଥିସହ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ସମସ୍ତ ୯ ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।

Advertisment

ଅଟକ ଥିବା ୯ ଜଣଙ୍କ ଭିତରୁ ଜଣେ ହେଉଛନ୍ତି ହିନ୍ଦୁ। ତା’ ନାଁ ହେଉଛି ଦିଲ୍ଲୀପ କୁମାର ସାହ। ତାଙ୍କ ସାଙ୍ଗରେ ଅଣହିନ୍ଦୁମାନେ ଶ୍ରୀମନ୍ଦିର ଯାଇଥିଲେ। ପୁଲିସ୍‌ ସେମାନଙ୍କଠାରୁ ଗୋଟିଏ ବାଂଲାଦେଶ ପେସ୍‌ପୋର୍ଟ ଜବତ କରିଛି। ଅନ୍ୟମାନଙ୍କ ପାସ୍‌ପୋର୍ଟ ହୋଟେଲ୍‌ରେ ଥିବା କହିଥିଲେ। ଏହା ପରେ ପୁଲିସ୍‌ ସମସ୍ତଙ୍କୁ ସାଥୀରେ ଧରି ହୋଟେଲ୍‌ ଯାଇଛି। ହୋଟେଲ୍‌ ଯାଞ୍ଚ ଚାଲିଥିବା ଜଣାପଡ଼ିଛି।

ସେପଟେ ଶ୍ରୀମନ୍ଦିରରୁ ଫେରିଥିବା ଜଣେ ଅଣ ଅଣହିନ୍ଦୁ କହିଛନ୍ତି, ଅଣହିନ୍ଦୁମାନେ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିଁ ବୋଲି ଜାଣିନଥିଲି। ଆମ ଭାଇ ଆମକୁ ଡାକି ନେଇଥିଲେ। ଆମର ଭୁଲ୍‌ ହୋଇଛି। ଆଉ କେବେ ଯିବୁ ନାହିଁ ବୋଲି ଅଣହିନ୍ଦୁ ଜଣକ କହିଛନ୍ତି।

Puri Shreemandir Puri Sri Jagannath