Advertisment

ସାହସ ଓ ଭକ୍ତି ପାଇଁ ନିରୋଦଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

‘ପ୍ରଧାନମନ୍ତ୍ରୀ ମୋତେ ସମ୍ବର୍ଦ୍ଧିତ କରିବେ ବୋଲି ଶୁଣିବା ପରେ ମୁଁ ଆତ୍ମହରା ହୋଇଯାଇଥିଲି।’

ଅଦ୍ୟତନ ହୋଇଛି
PM

PM

Advertisment

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ନିର୍ବାଚନୀ ସଭାରେ ତିନି ଜଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେମାନେ ହେଉଛନ୍ତି ବିଶିଷ୍ଟ ଘୋଡ଼ା ନାଚ ଗୁରୁ ଉତ୍ସବ ଦାସ, ଓଡ଼ିଶୀ ସଂଗୀତଜ୍ଞ ଶ୍ୟାମାମଣି ଦେବୀ ଓ ଓଡ଼ିଶାରୁ ଅଯୋଧ୍ୟାକୁ ବାଇକ ଯାତ୍ରା କରିଥିବା ନୀରୋଦ ବେହେରା।

Advertisment

କଟକ ଜିଲ୍ଲା ବେଣ୍ଟପଦା ଗାଁର ପୁଅ ନିରୋଦ କୁମାର ବେହେରାଙ୍କର ସାହସ ଓ ଭକ୍ତି ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ନିଜସ୍ୱ ସଞ୍ଚିତ ଅର୍ଥରେ ବାଇକ ଯୋଗେ ଆଠଗଡ଼ରୁ ଅଯୋଧ୍ୟା ଯାଇଥିଲେ ନିରୋଦ। ସେଥିପାଇଁ ଆଜି କଟକ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ସଭାରେ ନିରୋଦଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିବା ସହିତ  ଫୁଲ ତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ନିରୋଦଙ୍କ ଗାଁରେ ଖୁସିର ମାହୋଲ ଦେଖାଯାଇଥିବା ବେଳେ ତାଙ୍କ ପରିବାର ବେଶ୍ ଖୁସି ଅଛି। 

ନିରୋଦ କୁମାର ବେହେରା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋତେ ସମ୍ବର୍ଦ୍ଧିତ କରିବେ ବୋଲି ଶୁଣିବା ପରେ ମୁଁ ଆତ୍ମହରା ହୋଇଗଲି। ମୋ ଭଳିଆ ଗୋଟିଏ ଗରିବ ପିଲାକୁ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ, ଏକଥା ମୁଁ କେବେ ଭାବି ନଥିଲି। ମୋର ଯୋଗ୍ୟତା ନାହିଁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯିବାର। ମୁଁ ଯେତେବେଳେ ତାଙ୍କ ପାଖକୁ ଗଲି ସେ ମୋର ସାହସ ଓ ଭକ୍ତି ପାଇଁ ସାବାସି ଦେଲେ। ମୁଁ ଜଣେ ଡ୍ରାଇଭର। ମୋର ସଞ୍ଚିତ ଟଙ୍କାରେ ମୁଁ ଅଯୋଧ୍ୟା ଯାଇଥିଲି। କାହାର ସାହାଯ୍ୟ ସହଯୋଗ ନେଇ ନଥିଲି। ସେଥିପାଇଁ ପ୍ରଧାନମନ୍ତ୍ରୀ ମୋତେ ସମ୍ବର୍ଦ୍ଧିତ କରିଛନ୍ତି।

Advertisment
Bjp Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe