Advertisment

ଅମଳ ପିଆଜକୁ ୪ରୁ ୫ ଟଙ୍କାରେ ବିକିଥିଲେ, ଏବେ କିଣୁଛନ୍ତି ୭୦ରୁ ୮୦ ଟଙ୍କାରେ

ଉଦ୍ୟାନ କୃଷି ବିଭାଗର କହିଛି, ବଲାଙ୍ଗିର ଜିଲ୍ଲାରେ ୩୦୦ ହେକ୍ଟର ଜମିରେ ପିଆଜ ଚାଷ ହେଉଛି। ସେଥିରୁ ୩୦ ହଜାର ମେଟ୍ରିକ୍‌ ଟନ୍‌ରୁ ଅଧିକ ପିଆଜ ଉତ୍ପାଦନ ହେଉଛି। ହେଲେ ଏତେ ପରିମାଣର ପିଆଜକୁ ସଂରକ୍ଷଣ କରିବା ପାଇଁ କୌଣସି ଶୀତଳ ଭଣ୍ଡାର ନାହିଁ।

author-image
Manoranjan Sial
Onion

Onion

ପାଣି କାଦୁଅରେ ଖଟି କ୍ଷେତରେ ହାଡ଼ ଭଙ୍ଗା ପରିଶ୍ରମ କରି ପିଆଜ ଫଳାଇଥିଲେ। ହେଲେ ସଂରକ୍ଷଣ ବ୍ୟବସ୍ଥାନଥିବାରୁ କିଲୋ ପିଛା ୪ରୁ ୫ ଟଙ୍କାରେ ବିକିଥିଲେ। ଆଉ ଏବେ ପଖାଳ ଗଣ୍ଡେ ଖାଇବା ପାଇଁ କିଲୋ ପିଛା ୭୦ରୁ ୮୦ ଟଙ୍କାରେ ପିଆଜ କିଣୁଛନ୍ତି। ବଜାରରେ ପିଆଜ ଦରଆକାଶ ଛୁଆଁ ଥିବା ବେଳେ କ୍ଷୋଭର ସହ ଏମିତି କହିଛନ୍ତି ବଲାଙ୍ଗିର ଜିଲ୍ଲାର ଚାଷୀ।

Advertisment

ବଲାଙ୍ଗିର ଜିଲ୍ଲାରେ ପ୍ରଚୁର ମାତ୍ରାରେ ପିଆଜ ଚାଷ ହୋଇଥାଏ। ଟିଟିଲାଗଡ଼ କୁହନ୍ତୁ ବା ତୁରେକେଲା, ବଙ୍ଗୋମୁଣ୍ଡା ହେଉ କି ମୁରିବାହାଲ। ସବୁଠି ପର୍ଯ୍ୟାପ୍ତ ପରିମାଣର ପିଆଜ ଚାଷ ହୋଇଥାଏ। ହେଲେ ଦୁର୍ଭାଗ୍ୟର ବିଷୟ ପିଆଜ ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ତେଣୁ ଚାଷୀମାନେ କିଛି ଉପାୟ ନପାଇ କିଲୋ ପିଛା ୪ରୁ ୫ ଟଙ୍କାରେ ପିଆଜ ବିକି ଦେଉଛନ୍ତି।

ସେପଟେ ଉଦ୍ୟାନ କୃଷି ବିଭାଗର କହିଛି, ବଲାଙ୍ଗିର ଜିଲ୍ଲାରେ ୩୦୦ ହେକ୍ଟର ଜମିରେ ପିଆଜ ଚାଷ ହେଉଛି। ସେଥିରୁ ୩୦ ହଜାର ମେଟ୍ରିକ୍‌ ଟନ୍‌ରୁ ଅଧିକ ପିଆଜ ଉତ୍ପାଦନ ହେଉଛି। ହେଲେ ଏତେ ପରିମାଣର ପିଆଜକୁ ସଂରକ୍ଷଣ କରିବା ପାଇଁ କୌଣସି ଶୀତଳ ଭଣ୍ଡାର ନାହିଁ। ତେଣୁ ଏପରି ସମସ୍ୟା ଉପୁଜୁଛି।

Advertisment

ସେପଟେ ପିଆଜ ସଂରକ୍ଷଣ ପାଇଁ ନାସିକ ମଡେଲରେ ଟିଟିଲାଗଡ ଅଞ୍ଚଳରେ ୪ଟି ପିଆଜ ସାଇତା ଘର ଖୋଲିଥିଲା। ମୁରିବାହାଲରେ ତିଆରି ହୋଇଥିବା ସାଇତା ଘରେ ତାଲା ପଡିଥିବା ବେଳେ ଅନ୍ୟ ୩ଟି କାମ କରୁନଥିବା ଅଧିକାରୀ କହିଛନ୍ତି। ତେଣୁ ବ୍ୟବସାୟୀ ୪ରୁ ୫ ଟଙ୍କାରେ ପିଆଜ କିଣି ରାୟପୁରରେ ସଂରକ୍ଷଣ କରୁଛନ୍ତି। ଆଉ ମଉକା ଦେଖି, ଚଢ଼ା ଦରରେ ବଜାରକୁ ଛାଡ଼ନ୍ତି। ପରିଣାମ ସ୍ୱରୂପ ୫ ଟଙ୍କାର ପିଆଜ ୭୦ ଟଙ୍କାରେ ବିକ୍ରି ହେଉଛି।

Onion Balangir Onion Rate Hike