Advertisment

'ଇ-କୋର୍ଟ' ବ୍ୟବସ୍ଥା ହାଇକୋର୍ଟ ବେଞ୍ଚ ସହ ସମାନ; କେନ୍ଦ୍ର ଆଇନ ମନ୍ତ୍ରୀ

ଏବେ ସାରା ଦେଶରେ ‘ଇ-କୋର୍ଟ’ ବ୍ୟବସ୍ଥା ବେଶ୍ ଭଲରେ କାମ କରୁଛି। ଓଡ଼ିଶା ‘ଇ-କୋର୍ଟ’ ବ୍ୟବସ୍ଥା କାର୍ଯ୍ୟକାରୀରେ ଆଗରେ ରହିଛି।

author-image
Manoj Swain

ହାଇକୋର୍ଟର ନୂଆ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସୁପାରିଶ ଆବଶ୍ୟକ। ଏଥିସହିତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସହମତି ଦରକାର। ଏହା ପରେ ଯାଇ କେନ୍ଦ୍ର ସରକାର ନୂଆ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ପଦକ୍ଷେପ ଆରମ୍ଭ କରିଥାନ୍ତି। ଏବେ ସାରା ଦେଶରେ ‘ଇ-କୋର୍ଟ’ ବ୍ୟବସ୍ଥା ବେଶ୍ ଭଲରେ କାମ କରୁଛି। ଓଡ଼ିଶା ‘ଇ-କୋର୍ଟ’ ବ୍ୟବସ୍ଥା କାର୍ଯ୍ୟକାରୀରେ ଆଗରେ ରହିଛି।  ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ଆଜି ଏହା କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ। ଭୁବନେଶ୍ୱର ଗସ୍ତରେ ଆସିଥିବା ବେଳେ ମେଘୱାଲ ଏହା କହିଛନ୍ତି।

Advertisment
Odisha High Court High Court Bench