Road
ପକ୍କା ରାସ୍ତାଟେ ପାଇଁ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲେ ଗାଁ ଲୋକେ। କିନ୍ତୁ କେହି ଶୁଣିଲେ ନାହିଁ। ତେଣୁ ପ୍ରତିବାଦରେ କାଦୁଅ ପଚପଚ ରାସ୍ତାରେ ଧାନ ରୋଇଲେ ଲୋକେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ହଳଦୀଗାଁର।
ବିଡ଼ମ୍ବନାର କଥା ହେଉଛି ଏହି ଗାଁ ହେଉଛନ୍ତି ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କର । ଏହି ରାସ୍ତା ଉପରେ ନିର୍ଭର କରନ୍ତି ପାଟଖଲିଆ, ଦଲବେଡ଼ା ଓ ଚନ୍ଦାହାଣ୍ଡି ପଞ୍ଚାୟତର ୨୦ ଖଣ୍ଡ ଗାଁର ଲୋକେ। ରାସ୍ତା ଖରାପ ଥିବାରୁ ଲୋକେ ବହୁ ହଇରାଣ ହେଉଛନ୍ତି।
ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ, ବିଧାୟକ ଓ ସାଂସଦ ପାଖରେ ସେମାନେ ଅଭିଯୋଗ କରିଥିଲେ। ରାସ୍ତା ପାଇଁ ଜୁନ ୧ରେ ନିଜେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ ୩ ମାସ ବିତି ଯାଇଥିଲେ ମଧ୍ୟ ଏଯାଏ ରାସ୍ତା ତିଆରି ହୋଇପାରିଲା ନାହିଁ। ତେଣୁ ଲୋକେ ରାଗରେ ରାସ୍ତାରେ ଧାନ ରୋଇଛନ୍ତି। ଆଗାମୀ ଦିନରେ ରାସ୍ତା ସମସ୍ୟାର ସମାଧାନ ନହେଲେ ଗାଁ ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।
ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀ କହିଛନ୍ତି, ଆର୍ଡି ଏହି ରାସ୍ତା ନିର୍ମାଣ ଦାୟିତ୍ୱ ନେଇଛି। ଏଥିପାଇଁ ପାଣ୍ଠି ମଧ୍ୟ ମିଳିସାରିଛି। ଖୁବ୍ଶୀଘ୍ର କାମ ଆରମ୍ଭ ହେବ ବୋଲି ସଂପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Road_1694923411.jpg)