Advertisment

BMCର ନିର୍ଦ୍ଦେଶ: ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ ମନା

ପେଣ୍ଡାଲ୍‌ ନିକଟରେ ଡଷ୍ଟବିନ୍ ରହିବ। ଅଳିଆ ନେବାକୁ ଦିନକୁ ଦୁଇ ଥର ଗାଡ଼ି ଯିବ। ଜୈବିକ ପଦ୍ଧତିରେ ପୂଜା ପେଣ୍ଡାଲ୍ ହେବ।

Plastic

Plastic

Advertisment

ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମା’ଙ୍କ ଆଗମନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଏସବୁ ଭିତରେ ବିଏମସି ପକ୍ଷରୁ ପୂଜାକୁ ନେଇ ଦିଆଯାଇଛି କଡ଼ା ନିର୍ଦ୍ଦେଶ। ଭୁବନେଶ୍ୱରରେ ପୂଜା ପେଣ୍ଡାଲରେ କୌଣସି ପ୍ରକାରର ପ୍ଲାଷ୍ଟିକ ବ୍ୟବହାର ହୋଇପାରିବ ନାହିଁ। ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ମନା।

Advertisment

ପେଣ୍ଡାଲ୍‌ ନିକଟରେ ଡଷ୍ଟବିନ୍ ରହିବ। ଅଳିଆ ନେବାକୁ ଦିନକୁ ଦୁଇ ଥର ଗାଡ଼ି ଯିବ। ଜୈବିକ ପଦ୍ଧତିରେ ପୂଜା ପେଣ୍ଡାଲ୍ ହେବ। ସବୁ ପୂଜା ମଣ୍ଡପରେ ସୂଚନା କେନ୍ଦ୍ର ପ୍ରତିଷ୍ଠା କରାଯିବ। ପୂର୍ବ ଥର ଭଳି ଏଥିର ମଧ୍ୟ ସମସ୍ତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରାଯିବ। ଏହା ସହ ବିସର୍ଜନ ପାଇଁ ୫ଟି ଅସ୍ଥିୟୀ ଜଳାଶୟ ନିର୍ମାଣ କରାଯାଇଛି ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।

ପୂଜା ପୂର୍ବରୁ ରାଜଧାନୀର ରାଜରାସ୍ତା ବିପର୍ଯ୍ୟସ୍ଥ ହୋଇପଡ଼ିଛି। ତେବେ ଏଗୁଡ଼ିକର ମରାମତି ଏବେ ଦ୍ରୁତଗତିରେ ଚାଲିଛି। ଏହାକୁ ନେଇ ମେୟର କହିଛନ୍ତି ଯେ ପୂଜା ପୂର୍ବରୁ ରାସ୍ତା ମରାମତି ନେଇ ଯେଉଁ ଡେଡ ଲାଇନ୍ ଦିଆଯାଇଥିଲା ପ୍ରବଳ ବର୍ଷା ଓ ପାଗ ଖରାପ କାରଣରୁ ତାହା ହୋଇପାରିନଥିଲା।

Advertisment

ପିଚୁ ପକାଇଲେ ରାସ୍ତାରେ ବାହାରିଯିବ ବୋଲି ମରାମତି କାମ ହୋଇ ନଥିଲା। ପାଗରେ ସୁଧାର ଆସିବା ପରେ ବୁଧବାର ଠାରୁ ଯୁଦ୍ଧ କାଳୀନ ଭିତିରେ କାମ ଆରମ୍ଭ ହୋଇଯାଇଛି। ପୂଜା ପୂର୍ବରୁ ସବୁ ରାସ୍ତାର ମରାମତି କାମ ସାରିବାକୁ ଚେଷ୍ଟା କରାଯାଉଛି। ପୂର୍ତ୍ତ ବିଭାଗ ଅଧିନରେ ଥିବା ରାସ୍ତା କାମ ସାରିବାକୁ ସେମାନଙ୍କୁ କୁହାଯାଇଛି। ତେଣୁ ସେମାନେ ମଧ୍ୟ କାମ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି।

Durga Puja Bhubaneswar BMC Mismanagement Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe