Advertisment

ବୁଧବାର ସକାଳଠୁ ଖାଡ଼ା ଉପାସରେ ପ୍ରଭୁ ଲିଙ୍ଗରାଜ, ସବୁ ଉଦ୍ୟମ ଫେଲ୍‌

ସେବାୟତଙ୍କ ଭିତରେ ସମନ୍ୱୟ ଅଭାବ ଓ ବିବାଦରୁ ବର୍ଷର ବିଭିନ୍ନ ସମୟରେ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ହେଉଛି। ସେବାୟତଙ୍କ ଭିତରେ ଜିଦାଜିଦି ସ୍ଥିତି ଓ ଅହଂର ଲଢ଼େଇ ପାଇଁ ପୂର୍ବରୁ ଅନେକ ଥର ଉପାସରେ ରହିଛନ୍ତି ଲିଙ୍ଗରାଜ।

author-image
Manoranjan Sial
Lingaraj temple

Lingaraj temple

ପୁଣି ଭୋକ ଉପାସରେ ପ୍ରଭୁ ଲିଙ୍ଗରାଜ। ସେବାୟତଙ୍କ ବିବାଦରେ ବଳି ପଡ଼ିଛି ଠାକୁରଙ୍କ ନୀତିକାନ୍ତି। ବୁଧବାର ସକାଳୁ କେବଳ ସାହାଣମେଲା ଦର୍ଶନ ବିନା ଅନ୍ୟ କୌଣସି ନୀତିକାନ୍ତି ହୋଇନି। ଅବଢ଼ା ମଧ୍ୟ ବାହାରିନି। ଅଚଳାଚଳ ସଂପତ୍ତିର ମାଲିକଙ୍କୁ ଏତେ ସମୟ ଧରି ଏମିତି ଭୋକରେ ରଖାଯିବାକୁ ନେଇ ବ୍ୟଥିତ ଭକ୍ତ ପ୍ରାଣ। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ତେଜୁଛି।

Advertisment

ସେବାୟତଙ୍କ ଭିତରେ ସମନ୍ୱୟ ଅଭାବ ଓ ବିବାଦରୁ ବର୍ଷର ବିଭିନ୍ନ ସମୟରେ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ହେଉଛି। ସେବାୟତଙ୍କ ଭିତରେ ଜିଦାଜିଦି ସ୍ଥିତି ଓ ଅହଂର ଲଢ଼େଇ ପାଇଁ ପୂର୍ବରୁ ଅନେକ ଥର ଉପାସରେ ରହିଛନ୍ତି ଲିଙ୍ଗରାଜ। ହେଲେ ଏଥର ବିବାଦର କାରଣ ହେଉଛି ଜମି। ଭୁବନେଶ୍ୱର ନୂଆଗାଁ ମୌଜା ଗଙ୍ଗୁଆ ନାଳ ନିକଟରେ ଥିବା ଲିଙ୍ଗରାଜଙ୍କ ୨ ଏକର ୬୩ ଡିସିମିଲ ବେବନ୍ଦୋବସ୍ତ ଜମିରେ ଦୋକାନ ଘର ନିର୍ମାଣ କରୁଛି ବଡୁ ନିଯୋଗ। ହେଲେ ବେବନ୍ଦୋବସ୍ତ ଜମିକୁ ବଡୁ ନିଯୋଗ ଏମିତି ବେଆଇନ ଭାବେ ଅକ୍ତିୟାର କରି ନିର୍ମାଣ କରିପାରିବନି ବୋଲି କହି ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯିବାକୁ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଦାବି କରି ଆସୁଛନ୍ତି।

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବା ଦର୍ଶାଇ ବଡୁ ନିଯୋଗ ନିର୍ମାଣ କାର୍ଯ୍ୟ ଜାରି ରଖିବାରୁ କାଲିଠୁ ନୀତିକାନ୍ତି ବନ୍ଦ କରିଦେଇଛନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ। ବିବାଦର ସମାଧାନ ପାଇ ଆଜି ତିନି ନିଯୋଗଙ୍କ ସହ ଦେବୋତ୍ତର ବିଭାଗର ଆସିଷ୍ଟାଣ୍ଟ କମିଶନର ପୃଥକ ପୃଥକ ଆଲୋଚନା କରିଥିଲେ ମଧ୍ୟ ପରସ୍ପର ଜିଦରେ ଅଟଳ ଅଛନ୍ତି ସେବାୟତ।

Advertisment

ଠାକୁରଙ୍କ ଜମିର ସୁରକ୍ଷା ପାଇଁ ଖୋଦ୍ ଠାକୁରଙ୍କୁ ଉପାସରେ ରଖାଯିବା କେତେଦୂର ଠିକ ତାକୁ ନେଇ ପ୍ରଶ୍ନ ଉଠିଛି।

Bhubaneswar Bhubaneswar News Lingaraj Temple