Advertisment

ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ପରିବହନ ହୋଇପାରିବ ନାହିଁ ବାଲି

ଯଦି କୌଣସି ସ୍ଥାନରେ ମାନୁଆଲ ପ୍ରକ୍ରିୟାରେ ବାଲି ଉତ୍ତୋଳନ କରିବା ସମ୍ଭବ ହେବ ନାହିଁ, ସେହି ସ୍ଥାନରେ ମେସିନ ଜରିଆରେ ବାଲି ଖୋଳାଯାଇ ପାରିବ। ହେଲେ ଏଥିପାଇଁ ପରିବେଶ ମଞ୍ଜୁରୀ ବାଧ୍ୟତାମୂଳକ ବୋଲି କହିଛନ୍ତି ହାଇକୋର୍ଟ।

author-image
Jitendra Garnayak
HighCourt

High Court

ମେସିନ ଦ୍ଵାରା ଆଉ ଉଠିବ ନାହିଁ ବାଲି। ସେହିପରି ସକାଳ ୭ ଟା ରୁ ରାତି ୯ ପର୍ଯ୍ୟନ୍ତ ଆଉ ପରିବହନ ହୋଇ ପାରିବ ନାହିଁ ବାଲି। ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ। ଏହା ସହ ବେଆଇନ ଭାବେ ବାଲି ଉଠାଣ ଓ ପରିବହନକୁ ନେଇ ଦାୟର ମାମଲା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ହାଇକୋର୍ଟ।

Advertisment

ରାଜ୍ୟର ସମସ୍ତ ବାଲିଘାଟରୁ ଏଣିକି ମାନୁଆଲ ପ୍ରକ୍ରିୟାରେ ବାଲି ଉଠା ଯାଇପାରିବ। କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ ମୁତାବକ ବାଲି ଉଠାଇ ହେବ। କିନ୍ତୁ ଯଦି କୌଣସି ସ୍ଥାନରେ ମାନୁଆଲ ପ୍ରକ୍ରିୟାରେ ବାଲି ଉତ୍ତୋଳନ କରିବା ସମ୍ଭବ ହେବ ନାହିଁ, ସେହି ସ୍ଥାନରେ ମେସିନ ଜରିଆରେ ବାଲି ଖୋଳାଯାଇ ପାରିବ। ହେଲେ ଏଥିପାଇଁ ପରିବେଶ ମଞ୍ଜୁରୀ ବାଧ୍ୟତାମୂଳକ ବୋଲି କହିଛନ୍ତି ହାଇକୋର୍ଟ। 

ପରିବେଶ ମଞ୍ଜୁରୀ ପାଇଁ ସଂପୃକ୍ତ ବାଲିଘାଟର ଭୌଗୋଳିକ ସ୍ଥିତି, ସେଠାରେ ଜମାଥିବା ବାଲିର ପରିମାଣ, ନଦୀ ଜଳର ଗତିପଥ, ପରିବେଶ ଉପରେ ପଡ଼ିବାକୁ ଥିବା ପ୍ରଭାବ ଆଦିକୁ ଧ୍ୟାନ ଦିଆଯିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ଯେଉଁ ସବୁ ବାଲିଘାଟର ଲିଜ ଅବଧି ବଳବତ୍ତର ଅଛି, ସେହି ଘାଟରୁ ମେସିନ ଜରିଆରେ ବାଲି ଉଠାଣ ପାଇଁ ଲିଜଧାରୀ ମାନେ ସାନି ଅନୁମତି ନେବେ ବୋଲି କୋର୍ଟ କହିଛନ୍ତି।

Advertisment

ବେଆଇନ ବାଲି ଉଠାଣ ଯୋଗୁଁ ରାଜ୍ୟ ସରକାର ୨୪୦ କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ଏହାଦ୍ୱାରା ପରିବେଶ ପ୍ରଦୂଷଣ ହେଉଥିବା ନେଇ ଅଭିଯୋଗ କରି ପ୍ରଶାନ୍ତ ଦାସ ନାମକ ବ୍ୟକ୍ତି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। 

Odisha Highcourt High Court