Advertisment

ଅଗଷ୍ଟ ୩ ଯାଏ ଜ୍ଞାନବ୍ୟାପୀ ସର୍ଭେ ଉପରେ ଲାଗିଲା ରୋକ

ଆବେଦନ ଉପରେ ଚୂଡ଼ାନ୍ତ ରାୟ କୋର୍ଟ ଅଗଷ୍ଟ ୩ ତାରିଖରେ ପ୍ରକାଶ କରିବେ। ସେତେଦିନ ଯାଏ ଜ୍ଞାନବ୍ୟାପୀରେ କୌଣସି ପ୍ରକାରର ସର୍ଭେ ହୋଇପାରିବ ନାହିଁ।

author-image
Hemant Lenka
Masjid

Masjid

ଅଗଷ୍ଟ ୩ ତାରିଖ ଯାଏ ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବ୍ୟାପୀ ମସଜିଦରେ କୌଣସି ପ୍ରକାରର ସର୍ଭେ ହୋଇ ପାରିବ ନାହିଁ। ଏଏସ୍‌ଆଇର ସର୍ଭେ ଉପରେ ସଂପୂର୍ଣ୍ଣ ତଥା ସ୍ଥାୟୀ ରୋକ ଲଗାଇବା ପାଇଁ ମସଜିଦ କମିଟି କରିଥିବା ଆବେଦନ ଉପରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏହି ଆବେଦନ ଉପରେ ଚୂଡ଼ାନ୍ତ ରାୟ କୋର୍ଟ ଅଗଷ୍ଟ ୩ ତାରିଖରେ ପ୍ରକାଶ କରିବେ। ସେତେଦିନ ଯାଏ ଜ୍ଞାନବ୍ୟାପୀରେ କୌଣସି ପ୍ରକାରର ସର୍ଭେ ହୋଇପାରିବ ନାହିଁ।

Advertisment

ମନ୍ଦିରର ଭଗ୍ନସ୍ତୁପ ଉପରେ ମସଜିଦ ନିର୍ମାଣ କରାଯାଇଥିବା ହିନ୍ଦୁ ପକ୍ଷ ଦାବି କରୁଥିବା ବେଳେ ଏଏସ୍‌ଆଇ ସର୍ଭେର ଆବଶ୍ୟକ ଥିବା କହିଛନ୍ତି। ତଳ କୋର୍ଟ ଏହି ଆବେଦନକୁ ଗ୍ରହଣ କରି ସର୍ଭେ ପାଇଁ ଅନୁମତି ଦେଇଥିଲେ। ହେଲେ ପ୍ରଥମେ ଜୁଲାଇ ୨୪ରେ ସୁପ୍ରିମକୋର୍ଟ ଓ ଆଜି ଆହ୍ଲାବାଦ ହାଇକୋର୍ଟ ସର୍ଭେ ଉପରେ ରୋକ ଲଗାଇଛନ୍ତି।

ଆଜି ଶୁଣାଣି ବେଳେ ହିନ୍ଦୁ ପକ୍ଷର ଓକିଲ କହିଥିଲେ ଯେ “ଜ୍ଞାନବ୍ୟାପୀ ମସଜିଦରେ ଏଏସ୍‌ଆଇ ସର୍ଭେର ଆବଶ୍ୟକତା ରହିଛି। କାରଣ ଅଞ୍ଜୁମାନ ମସଜିଦ କହି ସାରିଛି ଯେ ଉକ୍ତ ପ୍ରତିଷ୍ଠାନଟି ମନ୍ଦିରର ଭଗ୍ନାଂବଶେଷ ଉପରେ ତିଆରି ହୋଇଥିବା ଦାବି କେବଳ କାଳ୍ପନିକ। ଏହି ଦାବି ସହ ବାସ୍ତବତାର କୌଣସି ସମ୍ପର୍କ ନାହିଁ। ଯାଞ୍ଚ ହେବା ପରଠାରୁ ଏହି ମସଜିଦଟି ମୁସଲିମଙ୍କ ବ୍ୟତୀତ ଆଉ କାହା ଅଧୀନରେ ନଥିଲା। ତେଣୁ ଏପରି ଦାବିର ସତ୍ୟାସତ ଜାଣିବା ପାଇଁ ସର୍ଭେ ଜରୁରୀ।” 

Advertisment

ଆଉ ଜଣେ ଓକିଲ ବିବାଦୀୟ ପ୍ରତିଷ୍ଠାନ କଥା ରିସର୍ଚ୍ଚ ବେଳେ ଉଠାଯାଇଥିବା ଫଟୋରୁ ସ୍ପଷ୍ଟ ହେଉଥିବା କଥା କହିଥିଲେ। ତେବେ ବର୍ତ୍ତମାନ ସମୟରେ ପ୍ରମାଣ ଉପରେ ନିଷ୍ପତ୍ତି ନେବାର ଆବଶ୍ୟକ ନାହିଁ ବୋଲି କୋର୍ଟ କହିଥିଲେ।

ଆଇନଜୀବୀ ଯୁକ୍ତି କରିଥିଲେ ଯେ ମୁଖ୍ୟ ଆବେଦନକୁ ରଦ୍ଦ କରିବା ପାଇଁ ସର୍ଭେ ଜରୁରୀ। କାରଣ ମୁଖ୍ୟ ଆବେଦନରେ ଦୈନିକ ପୂଜାର୍ଚ୍ଚନା ପାଇଁ ଦାବି କରାଯାଇଛି। କୋର୍ଟ ଏକଥା ଶୁଣିବା ପରେ ନିଜର ରାୟକୁ ସଂରକ୍ଷିତ ରଖିଥିଲେ।

ଏହାପରେ ସର୍ଭେ ଉପରେ ଜାରି ରହିଥିବା ରୋକ ଅବଧିକୁ ଅଗଷ୍ଟ ୩ ତାରିଖ ଯାଏ ବୃଦ୍ଧି କରିଥିଲେ। ଏବେ ଅଗଷ୍ଟ ୩ରେ ସର୍ଭେ ଉପରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ।

ଜ୍ଞାନବ୍ୟାପୀ ମସଜିଦ୍‌ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେପରି ପୂଜାର୍ଚ୍ଚନା କରିବା ପାଇଁ ୫ ମହିଳା ୧୮ ଅଗଷ୍ଟ ୨୦୨୧ରେ ବାରଣାସୀ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ। ଏପରି କି ମସଜିଦ ବାହ୍ୟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ପାଇଁ ମଧ୍ୟ ଅନୁମତି ଦେବାକୁ ଆବେଦନ କରାଯାଇଛି।

Uttar Pradesh Gyanvapi Masjid