Advertisment

ମନ୍ତ୍ରୀଙ୍କ ପାଇଁ ହାତଖୋଲା, କର୍ମଚାରୀଙ୍କୁ ମନା: ଆଉ ମିଳିବନି ପ୍ରଶିକ୍ଷଣ ଭତ୍ତା

ଆଜି ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାରଙ୍କ ସମସ୍ତ ପ୍ରଶିକ୍ଷଣ କେନ୍ଦ୍ରରେ କାର୍ଯ୍ୟରତ ଅଫିସର ଓ କର୍ମଚାରୀଙ୍କୁ ମିଳୁଥିବା  ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ଅତିରିକ୍ତ ଭତ୍ତାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି ।

undefined

Loka Seva Bhavan

Advertisment

ମନ୍ତ୍ରୀମାନଙ୍କୁ ବିଳାସପୂର୍ଣ୍ଣ ବିମାନ ଯାତ୍ରା ସୁବିଧା ଦେବାକୁ ନିଷ୍ପତ୍ତି ନେଇଥିବା ରାଜ୍ୟ ସରକାର ଆଜି କର୍ମଚାରୀଙ୍କୁ ମିଳୁଥିବା ଦୀର୍ଘଦିନଧରି ସୁବିଧାକୁ ପ୍ରତ୍ୟାହାର କରିନେଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରଶିକ୍ଷଣ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ଓ ଅଫିସରଙ୍କୁ ଏଣିକି ଆଉ ପ୍ରଶିକ୍ଷଣ ଭତ୍ତା(ଟ୍ରେନିଂ ଆଲାଉନ୍ସ) ମିଳିବ ନାହିଁ । ରାଜ୍ୟ ସରକାରଙ୍କ ସମସ୍ତ ପ୍ରଶିକ୍ଷଣ ସଂସ୍ଥା ନିମନ୍ତେ ଏହି ନିର୍ଦ୍ଦେଶ ତତ୍କାଳ ପ୍ରଭାବରୁ କାର୍ଯ୍ୟକ୍ଷମ ହୋଇଛି ।

Advertisment

ଆଜି ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାରଙ୍କ ସମସ୍ତ ପ୍ରଶିକ୍ଷଣ କେନ୍ଦ୍ରରେ କାର୍ଯ୍ୟରତ ଅଫିସର ଓ କର୍ମଚାରୀଙ୍କୁ ମିଳୁଥିବା  ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ଅତିରିକ୍ତ ଭତ୍ତାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଗୋପବନ୍ଧୁ ପ୍ରଶାସନିକ ଏକାଡମୀ, ମଧୁସୂଦନ ଦାସ ରିଜିଓନାଲ ଏକାଡେମୀ ଅଫ ଫାଇାନ୍ସିଆଲ ମ୍ୟାନେଜମେଂଟ, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡମୀ, ଓଡ଼ିଶା ଜୁଡ଼ିସିଆଲ ଏକାଡେମୀ ଆଦି ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଏକାଡେମୀ, କଲେଜ, ସ୍କୁଲ, ସଂସ୍ଥାନରେ ପ୍ରଶିକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଫିସରଙ୍କୁ ମିଳୁଥିବା ଏହି ଭତ୍ତା ପ୍ରତ୍ୟାହାର କରାଯାଇଛି ।

ଅନ୍ୟପକ୍ଷରେ ରାଜ୍ୟ ସରକାର ଗତ ୩ଦିନ ତଳେ ଏକ ବିଜ୍ଞପ୍ତି ଜାରି କରି ମନ୍ତ୍ରୀମାନଙ୍କୁ ଏକଜ୍ୟୁକିଟିଭ କ୍ଲାସ, ବିଜିନେସ୍ କ୍ଲାସ୍ ଓ କ୍ଲବ କ୍ଲାସରେ ବିମାନ ଯାତ୍ରାର ସୁବିଧା ଦେବାକୁ ଅନୁମତି ଦେଇଛନ୍ତି । ରାଜ୍ୟର କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀମାନେ ସରକାରୀ କାର୍ଯ୍ୟ ପାଇଁ ବିମାନରେ ଯାତ୍ରା କରିବା ପାଇଁ ରହିଥିବା ସୁବିଧାକୁ ବୃଦ୍ଧି କରିଛନ୍ତି । ମନ୍ତ୍ରୀମାନେ ଇକୋନୋମି କ୍ଲାସରେ ଯାଉଥିବାବେଳେ ଏବେ ସେମାନେ ସରକାରଙ୍କ ନୂଆ ନିଷ୍ପତ୍ତି ଯୋଗୁ ବିଜିନେସ୍ କ୍ଲାସ ଓ କ୍ଲବ୍ କ୍ଲାସରେ ଯିବାକୁ ସକ୍ଷମ ହୋଇଛନ୍ତି ।

Advertisment

ତେବେ ସରକାରଙ୍କ ପ୍ରଶିକ୍ଷଣ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ମିଳୁଥିବା ଅତିରିକ୍ତ ଭତ୍ତା କେଉଁ ଉଦ୍ଦେଶ୍ୟରେ ପ୍ରତ୍ୟାହାର କରାଗଲା ତାହା ଜଣାପଡ଼ିନି ।

Bjp Odisha Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe